ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଭାବେ ରାମେଶ୍ୱର ପ୍ରଧାନଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ରାୟଗଡା ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ରାମେଶ୍ୱର ପ୍ରଧାନ ଓଏଏସ (ବରିଷ୍ଠ) ଆଜି କାର୍ଯ୍ୟରେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଆଜି ନିଜ ନିଯୁକ୍ତି ପତ୍ର ରାୟଗଡା ଜିଲ୍ଳାପାଳଙ୍କୁ ପ୍ରଦାନ କରିବା ନିଜ ଦାୟିତ୍ୱ ଗ୍ରହଣ କରିଥିଲେ । ନୂତନ ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପ୍ରଧାନଙ୍କୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ତଥା କର୍ମଚାରୀମାନେ ସ୍ୱାଗତ କରିଥିଲେ । ଶ୍ରୀ ପ୍ରଧାନ ଏଥି ପୂର୍ବରୁ ପଡୋଶୀ କୋରାପୁଟ ଜିଲ୍ଳାର ଅତିରିକ୍ତ ଜିଲ୍ଳାପାଳ ଭାବେ ପାଖାପାଖି ୨ବର୍ଷ ଧରି ନିଜ ଦାୟିତ୍ୱ ସୂଚାରୁ ରୂପେ ତୁଲାଇ ଆସୁଥିଲେ । ସେ ମାଲକାନଗିରି ଜିଲ୍ଳାରେ ଉପଜିଲ୍ଳାପାଳ ଭାବେ ଦୀର୍ଘ ୩ବର୍ଷରୁ ଉର୍ଦ୍ଧ ସମୟ ଧରି ଦାୟିତ୍ୱ ତୁଲାଇ ଥିବା ବେଳେ ଗତ ୨୦୧୦ ମସିହାରେ ରାୟଗଡା ଜିଲ୍ଳାର ଗୁଡାରୀ ବ୍ଳକର ତହସିଲଦାର ଭାବେ ଗୋଟିଏ ବର୍ଷ କାର୍ଯ୍ୟ କରିଥିଲେ । ବର୍ତମାନ ରାୟଗଡା ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଜିଲ୍ଳାର ବିକାଶରେ ପ୍ରଶାସନିକ କ୍ଷେତ୍ରରେ ଆବଶ୍ୟକ ସମସ୍ତ ଦାୟିତ୍ୱକୁ ସୂଚାରୁ ରୂପେ ତୁଲାଇବେ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, ତତ୍କାଳୀନ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କୁ କୋରାପୁଟ ଅତିରିକ୍ତ ଜିଲ୍ଳାପାଳ ଭାବେ ବଦଳି ହେବା ପରେ କୋରାପୁଟ ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପ୍ରଧାନଙ୍କୁ ରାୟଗଡା ଜିଲ୍ଳା ଅତିରିକ୍ତ ଜିଲ୍ଳାପାଳ ଭାବେ ବଦଳି ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.