ଭୋଟ ଦେଉଛୁ ହେଲେ ମୈାଳିକ ଅଧିକାରରୁ ବଂଚିତ ରହିଛୁ

ଜିଲ୍ଳାପାଳଙ୍କୁ ଭେଟି ରାସ୍ତା ଓ ଡ୍ରେନ୍ ବ୍ୟବସ୍ଥା ପାଇଁ ଦାବି କଲେ ଶାସ୍ତ୍ରୀ ନଗର ବାସିନ୍ଦା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ରାୟଗଡା ପୈାର ପରିଷଦ ଅଧିନସ୍ଥ ୱାର୍ଡ ନମ୍ବର ୨୨ ଅନ୍ତର୍ଗତ ଶାସ୍ତ୍ରୀ ନଗର ତଥା ରୟତ କଲୋନୀ ଅଂଚଳରେ ରହୁଥିବା ବାସିନ୍ଦାଙ୍କ ପାଇଁ ରାସ୍ତା ଓ ଡ୍ରେନ୍ ସମସ୍ୟାର ସମାଧାନ ଦଶନ୍ଧି ଦଶନ୍ଧି ଧରି ହୋଇ ପାରୁ ନ ଥିବା ବେଳେ ପୈାର ନିର୍ବାଚନ ଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଭଳି ସାଧାରଣ ନିର୍ବାଚନରେ ଭୋଟ ଦେଇ ସରକାର ଗଢିବାରେ ସହାୟକ ହେଉଛୁ ହେଲେ ଆଜି ବି ଆମେ ମୈାଳିକ ଅଧିକାରରୁ ବଂଚିତ ହୋଇ ରହିଛୁ ବୋଲି ଅଭିଯୋଗ କରିଛନ୍ତି ୱାର୍ଡବାସିନ୍ଦା । ଆଜି ଚଳିତ ମାସର ପ୍ରଥମ ସୋମବାରରେ ରାୟଗଡା ଜିଲ୍ଳାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କୁ ଭେଟି ନିଜର ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ୱାର୍ଡ ନମ୍ବର ୨୨ର ବାସିନ୍ଦାମାନେ । ରାୟଗଡା ପୈାର ପରିଷଦର ୱାର୍ଡ ନମ୍ବର ୨୨ ଅନ୍ତର୍ଗତ ଶାସ୍ତ୍ରୀ ନଗର ତଥା ରୟତ କଲୋନୀ ଅଂଚଳର ଚାରି ନମ୍ବରରୁ ୧୩ନମ୍ବର ଗଳି ପର୍ଯ୍ୟନ୍ତ ଦଶନ୍ଧି ଦଶନ୍ଧି ଧରି ରାସ୍ତା ଓ ଡ୍ରେନ ନିର୍ମାଣ ହେଉ ନ ଥିବାରୁ ସାମାନ୍ୟ ବର୍ଷା ହେଲେ ମଧ୍ୟ ରାସ୍ତାରେ ପାଣି ଜମିବା ସହ ଘରେ ଘରେ ଅସ୍ଥାୟୀ ନାଳନର୍ଦ୍ଦମା ପାଣି ସହ ଅଳିଆ ଆର୍ବଜନା ପଶୁଛି । ଯାହାକୁ ନେଇ ବାରମ୍ବାର ଅଭିଯୋଗ ସ୍ୱତେ ଦାବି ପୂରଣ ହେଉ ନ ଥିବା ବେଳେ ଉକ୍ତ ଅଂଚଳଟି ରାୟଗଡା ପୈାର ପାଳିକା ନା ହାଲୁଆ ଗ୍ରାମ ପଂଚାୟତ ଅଧିନରେ ଆସୁଥିବା ନେଇ ପ୍ରଶାସନିକ ଅଧିକାରୀମାନେ ଦ୍ୱନ୍ଦରେ ପଡି ଏଠାରେ ଉନ୍ନୟନମୂଳକ କାର୍ଯ୍ୟ କରିବାରେ ପଦକ୍ଷେପ ଗ୍ରହଣ କରୁ ନ ଥିବା ମଧ୍ୟ ଅଚଂଳବାସୀ ଅଭିଯୋଗ କରିଛନ୍ତି । ତେବେ ୱାର୍ଡବାସୀଙ୍କ ଅଭିଯୋଗକୁ ଯଥାଶୀଘ୍ର ସମାଧାନ କରିବା ପାଇଁ ଜିଲ୍ଳାପାଳ ପୈାର ପାଳିକା ନିର୍ବାହୀ ଅଧିକାରୀ ୟାଶିର ବିଲାଲ୍ ଅହମ୍ମଦଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.