କଳାବ୍ୟାଜ ପରିଧାନ କଲେ ପିଇଓ; ଦାବି ପୂରଣ ନହେଲେ ୧୭ ରୁ ସାମୁହିକ ଛୁଟି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ସଙ୍ଘ ଓଡ଼ିଶାର ନିର୍ଦ୍ଦେଶ କ୍ରମେ ସୋମବାର ଠାରୁ ପିଇଓ ମାନେ କଳାବ୍ୟାଜ୍ ପରିଧାନ କରିଥିବାବେଳେ ୧୭ରୁ ସାମୁହିକ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛନ୍ତି। ଆଜି ଠାରୁ କୋକସରା ବ୍ଲକ ପିଇଓ ସଙ୍ଘ ପକ୍ଷରୁ ମଧ୍ୟ କଳାବ୍ୟାଜ ପରିଧାନ କରି ବିଭିନ୍ନ ଦାବୀ ରଖିଛନ୍ତି। ପୂର୍ବରୁ ବିଡ଼ିଓଙ୍କ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଚେତାବନୀ ଦେଇଥିଲେ। ଦାବି ଗୁଡ଼ିକ ମଧ୍ୟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଯୁକ୍ତିରେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ ରୁ ଯୁକ୍ତ ୩ ବାଧ୍ୟତା ମୂଳକ କରିବାକୁ ଦାବି କରିଛନ୍ତି। ବର୍ତ୍ତମାନ ଲେଭେଲ ୫ ରେ ୨୧ ହଜାର ୭ଶହ ରହିଛି ହେଲେ ୨୦୧୭ ଓଆରଏସପି ଅନୁଯାୟୀ ପେ’ ଲେଭେଲ ୯ କୁ ବୃଦ୍ଧି କରି ୩୫ ହଜାର ୪ଶହ ଦରମା ବୃଦ୍ଧି, ଆବଶ୍ୟକ ଅନୁସାରେ ନୂତନ ପିଇଓ ପଦବୀ ସୃଷ୍ଟି କରିବା l ଅନେକ ପିଇଓ ୩୦/୪୦ ବର୍ଷ ଚାକିରୀ କରି ଅବସର ନେଉଛନ୍ତି କିନ୍ତୁ ୧୦ ବର୍ଷ ରୁ ଉର୍ଦ୍ଧ ଚାକିରୀ ହେଲେ ମଧ୍ୟ ଜିଡିପିଓ ପଦବୀରେ ପଦୋନ୍ନତି ଭଳି ଦାବୀ ଉପସ୍ଥାପନା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.