ସିକିମରେ ରାଲି ବେଳେ ହିଂସା, ପୋଲିସ ଉପରେ ବିକ୍ଷୋଭକାରୀଙ୍କ ଟେକାମାଡ଼

ଓଡ଼ିଆ ବାର୍ତ୍ତା/ ଗାଙ୍ଗଟକ୍‌: ସିକିମର ନାମଚି ସହରରେ ଛାତ୍ର ନେତା ପଦମ୍ ଗୁରୁଙ୍ଗଙ୍କ  ରହସ୍ୟମୟ ମୃତ୍ୟୁ ପରେ ନ୍ୟାୟ ପ୍ରଦାନ ଦାବିରେ ଏକ ବିଶାଳ ସମାବେଶ କରାଯାଇଥିଲା। ଏହି ସମୟରେ ବିକ୍ଷୋଭ ରାଲିଟି ହିଂସାର ରୂପ ନେଇଥିଲା। ୨୧ ବର୍ଷୀୟ ଯୁବ ନେତାଙ୍କ ରହସ୍ୟମୟ ମୃତ୍ୟୁରେ ଶୀଘ୍ର ନ୍ୟାୟ ଦାବିରେ ବିକ୍ଷୋଭକାରୀଙ୍କ ପଥର ମାଡ଼ରେ କିଛି ପୋଲିସ କର୍ମଚାରୀ ଆହତ ହୋଇଥିଲେ।

Omkar Vasthu
Omkar Vasthu

ଘଟଣାସ୍ଥଳରେ ବିକ୍ଷୋଭକାରୀ ଏତେ ଉତ୍ତେଜିତ ହୋଇଥିଲେ ଯେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିଥିଲା। ଏହି ଘଟଣାରେ ସଂମୃକ୍ତ ଅନେକ ଲୋକଙ୍କୁ ଗିରଫ କରାଯାଇଥିବା ନାମଚି ସବ-ଡିଭିଜନାଲ ମାଜିଷ୍ଟ୍ରେଟ କହିଛନ୍ତି। ନାମଚିରେ ଧାରା ୧୪୪ ଲାଗୁ କରାଯାଇଛି ଏବଂ ପୋଲିସର ପାଟ୍ରୋଲିଂ ଜୋରଦାର କରାଯାଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଅଲ୍‌ ସିକିମ୍‌ ଗୁରୁଙ୍ଗ୍‌ ପକ୍ଷରୁ ରାଲିରେ ଆୟୋଜନ କରାଯାଇଥିବାବେଳେ ଏଥିରେ ବିଭିନ୍ନ ସଂଗଠନ ଓ ସମାଜର ବିଭିନ୍ନ ବର୍ଗ ସାମିଲ ହୋଇଥିଲେ।

Pearl dental clinic
Near Ashish Medical Store, Bhawanipatna

ଯୁବ ନେତା ପଦମ ଗୁରୁଙ୍ଗ ନାମଚି ସରକାରୀ ମହାବିଦ୍ୟାଳୟର ଛାତ୍ର ପ୍ରତିନିଧୀ ପରିଷଦର ସଭାପତି ଥିଲେ। ସନ୍ଦେହଜନକ ପରିସ୍ଥିତିରେ ଜୁନ୍ ୨୮ ରେ ନାମଚିର କାଜିତର ଅଞ୍ଚଳର ଏକ ଡ୍ରେନ୍‌ରୁ ତାଙ୍କ ମୃତଦେହ ମିଳିଥିଲା। ଏନେଇ ମୃତ ଛାତ୍ର ନେତାଙ୍କ ଭାଇ ପ୍ରେମ ଗୁରୁଙ୍ଗ କହିଛନ୍ତି ଯେ ଏପର୍ଯ୍ୟନ୍ତ ତାଙ୍କ ଭାଇଙ୍କୁ ନ୍ୟାୟ ମିଳିନାହିଁ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଏବଂ ଶୀଘ୍ର ନ୍ୟାୟ ଦାବି କରି ବିକ୍ଷୋଭ ରାଲି କରାଯାଇଛି। ଏହି ମାମଲାକୁ ହତ୍ୟା ବୋଲି ଘୋଷଣା କରିବା ଏବଂ ଦୋଷୀମାନଙ୍କୁ ଧରିବା ପାଇଁ ପୋଲିସ ପାଖରେ ଯଥେଷ୍ଟ ପ୍ରମାଣ ଅଛି ବୋଲି ସେ ଦାବି କରିଛନ୍ତି, କିନ୍ତୁ ପୋଲିସ କାହିଁକି ତଥ୍ୟ ପ୍ରକାଶ କରିବାକୁ ପଛଘୁଞ୍ଚା ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.