ଧର୍ମଗଡ଼କୁ ନୂତନ ଜିଲ୍ଲା ମାନ୍ୟତା ଦାବି: ଦ୍ବିତୀୟ ଦିନରେ ଗଣଧାରଣା

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ଲବଣୀ ରାଉତ): ଦୀର୍ଘ ୨୫ ବର୍ଷ ହେଲା ଧର୍ମଗଡ଼ ଉପଖଣ୍ଡକୁ ରାଜସ୍ବ ଜିଲ୍ଲା ମାନ୍ୟତା ଦାବି ହୋଇ ଆସୁଛି। ତେବେ ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ଯୋଗୁଁ ଧର୍ମଗଡ଼ ଉପଖଣ୍ଡବାସୀଙ୍କ ଏହି ସ୍ବପ୍ନ ସାକାର ହୋଇ ପାରୁନାହିଁ। ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ‘ଧର୍ମଗଡ଼’କୁ ଜିଲ୍ଲା ମାନ୍ୟତା ଦେବାପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ତାଙ୍କ ପୁତ୍ର ତଥା ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ସୁଦ୍ଧା ପିତାଙ୍କ ପ୍ରତିଶ୍ରୁତିକୁ ପୁରଣ କରିପାରି ନାହାନ୍ତି। ତେଣୁ ଧର୍ମଗଡ଼ ଜିଲ୍ଲା ଗଠନ ଦାବିରେ ଆରମ୍ଭ ହୋଇଥିବା ଆନ୍ଦୋଳନ ଏବେ ତୀବ୍ରତର ହେବାରେ ଲାଗିଛି। ଏନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଡ଼ାକରା ଦେଇ ଆରମ୍ଭ ହୋଇଥିବା ଗଣଧାରଣା ଆଜି ମଙ୍ଗଳବାର ୨୯ ଅଗଷ୍ଟ ୨୦୨୩ ରେ ଦ୍ବିତୀୟ ଦିନରେ ପହଞ୍ଚିଛି।

Omkar Vasthu
Omkar Vasthu

ଭୌଗଳିକ ସ୍ଥିତିକୁ ଦେଖିଲେ ଧର୍ମଗଡ଼ ଉପଖଣ୍ଡ ୩୬୦୮ ବର୍ଗ କିଲୋମିଟର ପରିବ୍ୟାପ୍ତ ଏକ ବିଶାଳ ଭୁଖଣ୍ଡ। ଏହାରି ମଧ୍ୟରେ ଧର୍ମଗଡ଼, ଜୁନାଗଡ଼, କଲମପୁର, ଜୟପାଟଣା, ଗୋଲାମୁଣ୍ଡା ଓ କୋକସରା ବ୍ଲକ ସମେତ ଧର୍ମଗଡ଼ ଏବଂ ଜୁନାଗଡ଼ ଏନଏସି ରହିଛି। ଏହି ଉପଖଣ୍ଡର ଜନସଂଖ୍ୟା ୮.୨୦ ଲକ୍ଷ। ଓଡ଼ିଶାର ଝାରସୁଗୁଡ଼ା, ଦେବଗଡ଼, ନୂଆପଡ଼ା ଓ ସୁବର୍ଣ୍ଣପୁର ଆଦି ଜିଲ୍ଲାର କ୍ଷେତ୍ର ପରିସୀମା ଓ ଜନସଂଖ୍ୟା ଠାରୁ ଧର୍ମଗଡ଼ ଉପଖଣ୍ଡ ଯଥେଷ୍ଟ ଅଧିକ। ଏହାସହ ପ୍ରାତ୍ନତାତ୍ତ୍ବିକ, ଐତିହାସିକ ଓ ପୌରାଣିକ ବିଭବ ସମେତ ପ୍ରକୃତିର ଅପରୂପ ଶୋଭା ସମ୍ଭାରରେ ବିମଣ୍ଡିତ ଏହା ଏକ ସୁନ୍ଦର ଭୁଖଣ୍ଡ। ତେଣୁ ଧର୍ମଗଡ଼ ଉପଖଣ୍ଡ ଜିଲ୍ଲା ମାନ୍ୟତା ପାଇଁ ସବୁ ପ୍ରକାରର ଯୋଗ୍ୟତା ହାସଲ କରିଛି। କେବଳ ଏଥିପାଇଁ ସରକାରଙ୍କ ଆନ୍ତରିକତା ଲୋଡ଼ା।

Pearl dental clinic
Near Ashish Medical Store, Bhawanipatna

ତେବେ ଧର୍ମଗଡ଼ ଜିଲ୍ଲା ଗଠନ ଦାବିରେ ଚାଲିଥିବା ଗଣଧାରଣାରେ ଡମ୍ବରୁଧର ଲହଜଲ, ଡାକେ ଲହଜଲ, ଦିଗାମ୍ବର ଦୂରିଆ, ସନ୍ତୋଷ ପାଢ଼ୀ, ସତ୍ୟବାନ ନାଏକ, ଅଜୟ ପୁଝାରୀ, ମନ୍ଥନ ନାଏକ, ଲକ୍ଷ୍ମଣ ବେମାଲ, ପରୀକ୍ଷିତ ନାଏକ, ଫୁଲେଶ୍ୱର ସେନାପତି, ପଙ୍କଜ ଅଗ୍ରୱାଲ, ରତନ ନାଏକ, ଦେବେନ୍ଦ୍ର ପାତ୍ର, ଧରଣୀଧର ଧଙ୍ଗଡାମାଝୀଙ୍କ ସମେତ ଉପଖଣ୍ଡର ଅନେକ ସଚେତନ ନାଗରିକ ସାମିଲ ହୋଇଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.