ସିଙ୍ଗାପୁର ଉପରେ ଲାଗିଥିବା ଚାଉଳ ରପ୍ତାନି ପ୍ରତିବନ୍ଧକକୁ କୋହଳ କଲା ଭାରତ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ସିଙ୍ଗାପୁର ଓ ଭାରତ ମଧ୍ୟରେ ଥିଵା ଦ୍ଵିପାକ୍ଷିକ ସମ୍ପର୍କକୁ ଦୃଷ୍ଟିରେ ରଖି ଭାରତ ଚାଉଳ ରପ୍ତାନୀ ଉପରେ ଲଗାଇଥିଵା ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି। ନିଅଣ୍ଟିଆ ବର୍ଷା, ଫସଲ ହାନି, ସ୍ଵଳ୍ପ ଅମଳ ଆଦିକୁ ଧ୍ୟାନରେ ରଖି ଚାଉଳ ରପ୍ତାନୀ ଉପରେ ଜୁଲାଇ ୨୦ ତାରିଖରୁ କଟକଣା ଲାଗିଥିଲା। ସେହି ଦିନଠାରୁ ସିଙ୍ଗାପୁର ଏହି ପ୍ରତିବନ୍ଧକରୁ ମୁକ୍ତି ପାଇବା ପାଇଁ ଭାରତ ସହ “ଘନିଷ୍ଠ ସମ୍ପର୍କ” ଥିବା ନେଇ ଦାବି କରିବା ସହିତ ପ୍ରତିବନ୍ଧକ ହଟାଇବାକୁ ଆପତ୍ତି କରିଥିଲା।

Omkar Vasthu
Omkar Vasthu

ଏକ ମାସ ପରେ ସିଙ୍ଗାପୁରକୁ ଚାଉଳ ରପ୍ତାନି ଅନୁମତି ଦେବାକୁ ଭାରତ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ଏକ “ବିଶେଷ ସମ୍ପର୍କ” ହେତୁ ସିଙ୍ଗାପୁରର ଖାଦ୍ୟ ସୁରକ୍ଷା ଆବଶ୍ୟକତା ପୂରଣ କରିବା ପାଇଁ ଚାଉଳ ରପ୍ତାନି କରିବାକୁ ଭାରତ ନିଷ୍ପତ୍ତି ନେଇଛି ବୋଲି ବାଗଚି କହିଛନ୍ତି। ଆଗାମୀ ଦିନରେ ଭାରତୀୟ ଚାଉଳ ସିଙ୍ଗାପୁରକୁ ରପ୍ତାନୀ କରାଯିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚ୍ଚୀ ସୂଚନା ଦେଇଛନ୍ତି। ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ରାଜନୈତିକ ତଥା କୁଟନୈତିକ ଭାଗିଦାରି ରହିଛି ଯାହାକୁ ଧ୍ୟାନରେ ରଖି ଭାରତ ପ୍ରତିଵନ୍ଧକକୁ କୋହଳ କରିଛି।

Pearl dental clinic
Near Ashish Medical Store, Bhawanipatna

ସୁଚନା ମୁତାବକ ଚାଉଳ ଆମଦାନୀକୁ ନେଇ ୪୦ରୁ ଅଧିକ ଦେଶ ଭାରତ ଉପରେ ନିର୍ଭର କରନ୍ତି ଏବଂ କେତେକ ଆଫ୍ରିକୀୟ ଓ ଦକ୍ଷିଣ ଏସୀୟ ଦେଶ ଗୁଡିକ ମଧ୍ୟ ଭାରତରୁ ୮୦%ରୁ ଅଧିକ ଚାଉଳ ଆମଦାନୀ କରନ୍ତି। ସେହିପରି ସିଙ୍ଗାପୁର ମଧ୍ୟ ଅନେକ ଵର୍ଷ ଧରି ଭାରତରୁ ଚାଉଳ ଆମଦାନୀ କରିଆସୁଛି। ଦକ୍ଷିଣ-ପୂର୍ବ ଏସୀୟ ଅଞ୍ଚଳରେ ସିଙ୍ଗାପୁର ସବୁବେଳେ ଭାରତର ନିକଟତମ ସହଯୋଗୀ ଭାବରେ ଛିଡା ହୋଇଛି ଓ ବାଣିଜ୍ୟ ସମ୍ପର୍କ ପାଖାପାଖି ୩୦ ବିଲିୟନ ଡଲାରରୁ ଅଧିକ। ଏସବୁକୁ ନଜରରେ ରଖି ସିଙ୍ଗାପୁରକୁ ଚାଉଳ ରପ୍ତାନି କରିବାକୁ ଭାରତ ଯୋଜନା କରୁଛି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.