ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଶିଆଲପଲା ଓ ଲକ୍ଷ୍ମୀପଡା ନିକଟ ରେ ଥିବା ଭୀମଭୋଇ ସାଂସ୍କୃତିକ କଳାମଣ୍ଡପ ଓ ଗ୍ରନ୍ଥାଳୟ ମଠରେ ମହିମା ଧର୍ମାବଲମ୍ବୀଙ୍କ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ସାଧୁବାବା ନାଲୁମୋହନ ଦାସଙ୍କ ତତ୍ତ୍ବାବଧାନରେ ଆୟୋଜିତ ନୂଆଖାଇ ଉତ୍ସବରେ ତିନି ଶହରୁ ଉର୍ଦ୍ଧ ଭକ୍ତ ଯୋଗଦେଇ ଏକାଠି ହୋଇ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଶ୍ରାବଣ ପୂର୍ଣ୍ଣିମା ଓ ରକ୍ଷାବନ୍ଧନରେ ନବାନ୍ନ ଭକ୍ଷଣ କରିଥିଲେ। ମଙ୍ଗଳବାର ସନ୍ଧ୍ୟାରେ ଅଖଣ୍ଡଦୀପ ପ୍ରଜ୍ଜଳନ ଓ ଭଜନ ପରିବେଷଣ କରାଯାଇଥିଲା। ଏଥିରେ ମଠର ସାଧୁବାବା ମହେଶ୍ଵର ଦାସ, ଲକ୍ଷ୍ମୀପଡାର ଗ୍ରାମବାସୀ ଓ ସିଆଲପଲା, କେନ୍ଦୁମୁଣ୍ଡି, ରିଞ୍ଜା, ରେଙ୍ଗାଲି, କର୍ଲାମୁଣ୍ଡା, ରାଜପୁର, ଗ୍ରାମରୁ ଆସିଥିବା ଭକ୍ତ ବୃନ୍ଦ ସହଯୋଗ କରି ଏକାଠି ନବାହ୍ନ ପର୍ବ ପାଳନ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.