ଜୟନ୍ତପୁର ମହିମା ମଠରେ ନବାର୍ଣ୍ଣ ଭକ୍ଷଣ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ପବିତ୍ର ଶ୍ରାବଣ ପୂର୍ଣ୍ଣିମା ତିଥିରେ ନବାନ୍ନ ଭକ୍ଷଣ କରିଥାନ୍ତି ମହିମା ଧର୍ମାବଲମ୍ବୀ। ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ମହିମା ମଠରେ ଅଂଚଳର କୌପୁନିଧାରୀ ମହିମା ସମାଜର ସାଧୁ ଭକ୍ତମାନେ ନବାର୍ଣ୍ଣ ପର୍ବ ପାଳନ କରିଛନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ଶ୍ରାବଣ ଶୁକ୍ଳ ଚତୁର୍ଦଶୀ ରାତିରେ ଆବଲ୍ୟ ବ୍ରହ୍ମଚାରୀ ସାଧୁ ଶ୍ରୀମତ ହରଦାସ ବାବା ବ୍ରହ୍ମ ଧୂନି ଜାଳିବା ସହିତ ଭକ୍ତମାନେ ରାତିସାରା ଆଠ ଭଜନ ଗାନ, ପ୍ରବଚନ ଓ ମହିମା ଧର୍ମ ସମ୍ୱନ୍ଧରେ ଆଲୋଚନା କରିଥିଲେ। ପରେ ଆଜି (ବୁଧବାର) ଶ୍ରାବଣ ପୂର୍ଣ୍ଣିମା ସକାଳ ବ୍ରହ୍ମ ମୁହୂର୍ତ୍ତରେ ପଣା ଢାଳି ସେ ଉକ୍ତ ଯଜ୍ଞର ପୂର୍ଣ୍ଣାହୁତି କରିଥିଲେ। ପରବର୍ତ୍ତୀ ସମୟରେ ମହିମା ସ୍ୱାମୀଙ୍କୁ ନୂଆଁ ଅର୍ଣ୍ଣ ସମର୍ପଣ କରି ଶହ ଶହ ଭକ୍ତ ମିଳିତ ଭାବେ  ନବାର୍ଣ୍ଣ ଭକ୍ଷଣ କରିଥିଲେ। ପ୍ରସାଦ ସେବନ ପରେ ଭକ୍ତମାନେ ମିଳିତ ଭାବେ ମହିମା ସ୍ୱାମୀଙ୍କୁ ମୁଣ୍ଡିଆ ମାରିବା ସହିତ ସାଧୁମାନଙ୍କ ଠାରୁ ଆଶୀର୍ବାଦ ନେଇଥିଲେ। ପରେ ଭକ୍ତ ଭାଇମାନେ ମଧ୍ୟ ନିଜ ନିଜ ଭିତରେ ଶରଣ ମାନ୍ୟ କରି ଭେଟଘାଟ ହୋଇଥିଲେ। ପ୍ରାୟ ଶହେବର୍ଷ ହେବ ଏହି ପର୍ବ ଉକ୍ତ ଆଶ୍ରମରେ ପ୍ରତିବର୍ଷ ପାଳିତ ହୋଇ ଆସୁଛି। ଏହି ଆଶ୍ରମକୁ  ଅଂଚଳର ଶତାଧିକ ମହିମା ଭକ୍ତମାନେ ଆସି ଉକ୍ତ ପର୍ବ ପାଳନ କରିଥାନ୍ତି। ବଡ଼ଭାଇ ଦିଗାମ୍ବର ଭକ୍ତ, ଅଧିକାରୀ ଧର୍ମାନନ୍ଦ ଭକ୍ତ, ଟହଲିଆ ତ୍ରିନାଥ ଭକ୍ତ, ନବକୃଷ୍ଣ ଭକ୍ତ, ହରି ଭକ୍ତ, ପବିତ୍ର ଭକ୍ତ, ବୈରାଗୀ ଭକ୍ତ, ଜଗନ୍ନାଥ ଭକ୍ତ, ମୁରଲୀ ଭକ୍ତ, ରୁପେନ୍ଦ୍ର ଭକ୍ତ, ଜହରଲାଲ ଭକ୍ତ, ବୈକୁଣ୍ଠ ଭକ୍ତ, ତୀର୍ଥ ଭକ୍ତ, ଧନୁ ଭକ୍ତ ଆଦି ଭକ୍ତ ବୃନ୍ଦ ଉକ୍ତ ପର୍ବ ପାଳନରେ ନିଜ ନିଜ ଦାଇତ୍ୱ ନିର୍ବାହ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.