ସେପଟେ ସନ୍ଧ୍ୟା ବେଳେ ବଳଦେବ ବେଦବକଙ୍କ ସାମ୍ୱାଦିକ ସମ୍ମିଳନୀ
ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ବିଜେପି ଜିଲ୍ଲା ସଭାପତି ପ୍ରମୋଦ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତା ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ପ୍ରଭାସ ଲଜ ରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ତରଭା, ବିନିକା ଓ ଉଲୁଣ୍ଡା ଠାରେ ଗତ ଅଗଷ୍ଟ ୨୮ ତାରିଖ ବ୍ଲକ ଘେରାଉ କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ବରିଷ୍ଠ ନେତା ବଳରାମ ସିଂହ ଯାଦବ ବିଜେପିର ପ୍ରାଥମିକ ସଦସ୍ୟ ନ ଥିବା ଓ ୨୦୧୯ ରେ ସେ ବିଜେଡି ଦଳ ର ସଭ୍ୟ ଥିବା ବେଳେ ବିଭିନ୍ନ ପଦାଧିକାରୀ ମଧ୍ୟ ଥିଲେ ଓ ବଳଦେବ ପ୍ରସାଦ ବେଦବାକ୍ ରାଜ୍ୟ ବିଜେପି ଦ୍ଵାରା ଦଳରୁ ନିଲମ୍ବିତ ହୋଇଛନ୍ତି ବୋଲି ପ୍ରତିକ୍ରିୟା ରଖିଥିଲେ । ବିଜେପିର ଜିଲ୍ଲା ସଭାପତି, ବ୍ଲକ୍ ସଭାପତି କିମ୍ବା ମଣ୍ଡଳ ସ୍ତରୀୟ ସଭାପତିଙ୍କ ବିନା ଅନୁମତିରେ ତରଭା, ବିନିକା, ଉଲୁଣ୍ଡା ରେ କର୍ମୀଙ୍କୁ ଦଳୀୟ କାର୍ଯ୍ୟକ୍ରମ କହି ଜିଲ୍ଲାର ବିଭିନ୍ନ ବ୍ଲକ୍ ଅଫିସ୍ ସବୁ ଘେରି ଦଳୀୟ ମାନ ସମ୍ମାନ ହାନି କରୁଥିବା ଅଭିଯୋଗ କରିଛନ୍ତି । ରାଜ୍ୟ ଓ ଜାତୀୟ ସ୍ତରୀୟ ନେତାଙ୍କ ଫୋଟୋ ଥିବା ବେନର ଦେଇ ସଭା ସମିତି କରି ଦଳୀୟ ଛବିକୁ ମଳିନ କରୁଥିବା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ଏବଂ ପୁର୍ବରୁ ମଧ୍ୟ ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶିବାନନ୍ଦ ମହାନ୍ତି ସାମ୍ୱାଦିକ ସମ୍ମିଳନୀ କରି ବଳରାମ ସିଂହ ଯାଦବ ବିଜେପିର ପ୍ରାଥମିକ ସଦସ୍ୟ ମଧ୍ୟ ନ ଥିବା କହିଥିଲେ l ବରଂ ବିଜେପିକୁ ଜିଲ୍ଲାରେ ବଦନାମ କରିବା ପାଇଁ ଏହା ଏକ ବିଜେଡିର ପ୍ରାୟୋଜିତ ଚାଲ ବୋଲି କହି ସେମାନେ ଏହା ବିରୋଧରେ ଆରକ୍ଷୀ ଅଧିକ୍ଷକ ଓ ରାଜ୍ୟ କର୍ମକର୍ତ୍ତା ଙ୍କୁ ମଧ୍ୟ ଭେଟି ଲିଖିତ ଅଭିଯୋଗ କରିଥିବା ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର ଜଣାଇଛନ୍ତି। ଉକ୍ତ ସମ୍ମିଳନୀରେ ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର, ସାଂସଦଙ୍କ ପ୍ରତିନିଧି ଶରତ ଶତପଥୀଙ୍କ ସମେତ ଜିଲ୍ଲାସ୍ତରୀୟ ସମସ୍ତ ନେତା ଉପସ୍ଥିତ ଥିଲେ। ସେପଟେ ସନ୍ଧ୍ୟା ବେଳକୁ ବଳଦେବ ବେଦବାକଙ୍କ ପକ୍ଷରୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ତିନୋଟି ବ୍ଲକ ଘେରାଉ କାର୍ଯ୍ୟକ୍ରମ କରାଯାଇଥିବା ଓ ସେ ଦୀର୍ଘ ୩୦ ବର୍ଷ ହେଲା ବିଜେପି ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମ ସମେତ ଲୋକଙ୍କ ସମସ୍ୟା ଦିଗରେ କାର୍ଯ୍ୟ କରି ଆସୁଥିବା ନେଇ ସୂଚନା ଦେଇଥିଲେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଆଦର୍ଶକୁ ଅନୁକରଣ କରି ଦଳର ବିଭିନ୍ନ ଶୈଳୀରେ କାର୍ଯ୍ଯ କରିବାର ଅଧିକାରକୁ କେହି ରୋକି ପାରିବେ ନାହିଁ ବୋଲି କହିବା ସହ ଦଳର ଆଇନ କାନୁନ ଭଲରେ ତର୍ଜମା କରି ସାମ୍ୱାଦିକଙ୍କୁ ଜିଲ୍ଲା ସଭାପତି ସୂଚନା ଦେଲେ ତାହା ଶୋଭା ପାଇବ ବୋଲି କହିଥିଲେ। ଏବଂ ବରିଷ୍ଠ ନେତା ବଳରାମ ସିଂ ଯାଦବ ଦୀର୍ଘ ୨୫ ବର୍ଷ ଧରି ବଲାଙ୍ଗିର ଜିଲ୍ଲା ରେ ବସବାସ କରି ଦଳର ସାଙ୍ଗଠନିକ କାମରେ ସକ୍ରିୟ ଭାବରେ ସଂଶ୍ଳିଷ୍ଟ ଥିବା କଥା କହିଥିଲେ।