ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସ୍ବଚ୍ଛତା ପରିବେଶ ସହ ମଣିଷ ସମାଜକୁ ସକାରାତ୍ମକ ଉର୍ଜା ପ୍ରଦାନ କରିଥାଏ। ସ୍ବଚ୍ଛ ପରିବେଶ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାକୁ ନିୟନ୍ତ୍ରଣ କରିଥାଏ। ସ୍ବଚ୍ଛ ପରିବେଶ ମନରେ ଶାନ୍ତି ଓ ଉତ୍ତମ ଚିନ୍ତା ଧାରା ଆଣିଥାଏ ବୋଲି ସ୍ବଚ୍ଛତା କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଅତିଥି ମାନେ ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଯୁବରେଡକ୍ରସ ସ୍ବେଚ୍ଛାସେବୀ ମହାବିଦ୍ୟାଳୟର ପରିସର,ଶ୍ରେଣୀ କକ୍ଷ, ପାଣି ଟାଙ୍କି, ହତା ସବୁକୁ ପରିଷ୍କାର କରିଥିଲେ।ଏହି ସ୍ବଚ୍ଛତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଭୂତି ଭୂଷଣ ମେହେର ସମେତ ସମୀର କୁମାର ସାହୁ, ପ୍ରିୟବ୍ରତ ବଣୁଆ, ଅମିତା ମେହେର, ଶୁଭାଶିଷ ପାଣିଗ୍ରାହୀ, ତୁଷାର ସା , ଦେବେନ୍ଦ୍ର ବେହେରା, ଆଦିତ୍ୟ ଖମାରୀ, ସାଗରିକ ଦାସ, କୈଳାଶ ମେହେର, ନେତ୍ରାନନ୍ଦ ପ୍ରଧାନ ପ୍ରଭୃତି ଅଧ୍ୟାପକ, ଅଧ୍ୟାପିକା ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବରେଡକ୍ରସ ପରାମର୍ଶଦାତା ବିଶ୍ବ ରଂଜନ ବେହେରା ପରିଚାଳନା କରିଥିଲେ। ସ୍ବେଚ୍ଛାସେବୀ ମାନଙ୍କରେ ଏହି କାର୍ଯ୍ୟକ୍ରମକୁ ସମସ୍ତେ ପ୍ରଶଂସା କରିଥିଲେ।