ଜାତୀୟ ମୁକ ବଧିର ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ ତାମିଲନାଡୁ ବିଜୟ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଓଡ଼ିଶାରେ ୨୫ ତାରିଖଠାରୁ ଆରମ୍ଭ ହୋଇଛି ଜାତୀୟ ମୁକ ବଧିର ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ। ଏଥିରେ ୨୦ଟି ରାଜ୍ୟ ଦଳ ଭାଗ ନେଇଛନ୍ତି। ଏହି ଖେଳଟି ଭୁବନେଶ୍ବରର ଇଷ୍ଟ କୋଷ୍ଟ ରେଳ ଷ୍ଟାଡିୟମ୍, ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ ଭଳି ୩ଟି ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି। ଆଜି ଅନ୍ତିମ ଦିନରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ସୁଜିତ କୁମାର, ପ୍ରମୋଦ ମିଶ୍ର, ଅରୁଣ ପଣ୍ଡା (ସିନିୟର ମ୍ୟାନେଜର ସେଲ ରାଉରକେଲା), ଅଭିନାସ ଖେମତା (ଇଣ୍ଡଷ୍ଟ୍ରିୟାଲିଷ୍ଟ), ଜ୍ୟାତିରମଇ ରଥ (ଡାଇରେକ୍ଟର, ଇନଚର ପ୍ରାଇଭେଟ ଲିମାଟେଡ), ସଞ୍ଜିବ ସାହୁ (ଅଏଲ ଇଣ୍ଡିଆ) ଲଳିତ ମୋହନ ମୋହାନ୍ତି (ମୁଖ୍ୟ ଖେଳ ପରିଚାଳକ ହାଇଟେକ), ରୋମା ବଲୱାନି (ସିଇଓ,ଆଇଡିସିଏ), ସୁମିଥ ଜେନ୍ (ପ୍ରେସିଡେଣ୍ଟ, ଆଇଡିସିଏ) ଏବଂ ଓଡିଶା ଡିଫ୍ କ୍ରିକେଟ ଆସୋସିଏସନ୍ ଉପାଧ୍ୟକ୍ଷ ଅବସରପ୍ରାପ୍ତ କମାଣ୍ଡର ଡିକେ ମିଶ୍ର ଯୋଗ ଦେଇଥିଲେ। ବିସିସିଆଇ ଏନସିଏ କ୍ବାଲିଫାଇଡ କୋଚ ଦବଦତ କତରରେ ଖେଳାଯିବାକୁ ଥିବା ବିଶ୍ବକପ ଦଳ ଘୋଷଣା କରିଛନ୍ତି। ଆଜିର ପ୍ରଥମ ସେମିଫାଇନାଲ ମ୍ୟାଚରେ ଆନ୍ଧ୍ରପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୭୫ ରନ ସଂଗ୍ରହ କରିଥିଲେ। ଯାହାର ପିଛା କରି କେରଳ ଦଳ ୬ ୱିକେଟ ବିନିମୟରେ ୫୫ରନ ସଂଗ୍ରହ କରି ପରାସ୍ତ ହୋଇଛନ୍ତି। ଫାଇନାଲ ମ୍ୟାଚରେ ଆନ୍ଧ୍ରପ୍ରଦେଶ ପ୍ରଥମେ ବ୍ୟାଟିଂ କରି ୬ ୱିକେଟରେ ୫୮ ରନ ସଂଗ୍ରହ କରିଥିଲେ। ଯାହାର ପିଛା କରି ତାମିଲନାଡୁ ଦଳ ୮ ଓଭରରେ ୩ ୱିକେଟ ବିନିମୟରେ ୫୯ ରନ ସଂଗ୍ରହ କରି ବିଜୟ ହୋଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.