ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ସ୍ଥିତ ସାପସିଲେଟ ପାତାଳେଶ୍ୱର ଶିବ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ମନ୍ଦିରର ପରିଚାଳନା କମିଟି ତରଫରୁ ‘ସ୍ଵଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଭୟ ମନ୍ଦିରର ପରିଚାଳନା କମିଟିର କର୍ମକର୍ତ୍ତା ମାନେ ମନ୍ଦିରର ଚତୁଃପାର୍ଶ୍ଵରେ ସଫେଇ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟିର ସଭାପତି ଭୁବନେ ଗହୀର, ସମ୍ପାଦକ ଫକୀର ବାଘେଳ, ସହ ସମ୍ପାଦକ କୁଶଳ ଯୁଆଡ଼, ପ୍ରମଦ ସାହୁ, କୋଷାଧ୍ୟକ୍ଷ ହେମନ୍ତ ବାଘେଳ, ସଭ୍ୟ ଅଭିରାମ ଚିନ୍ଦା, ପରମାନନ୍ଦ ଚିନ୍ଦା, ହରିହର କୁମାର, କ୍ଷେତ୍ରମୋହନ ପୁଟେଲ, ଡୁଳେଶ୍ୱର ଯୁଆଡ଼, ଦେବରାଜ ମାଝୀ, ଡମ୍ବରୁ ଯୁଆଡ଼, ଧର୍ମୁ ସାହୁ, ଲକ୍ଷପତି ବାଗ ଓ ଉପଦେଷ୍ଟା ମଣ୍ଡଳୀ ଲିଙ୍ଗରାଜ ଗହୀର, ଭିକାରି ଚରଣ ସାହୁ, ପ୍ରଫୁଲ୍ଲ କୁମାର ପ୍ରଧାନ, ଶରତ କୁମାର ସାହୁ, ଜୟଦେବ ସାହୁ, ମେଘରାଜ କୁମାର ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।