ଜିପିଏସ ଦେଖି ଯାଉଥିବା ବେଳେ ନଦୀକୁ ଖସିଲା କାର; ଦୁଇ ଡାକ୍ତରଙ୍କ ମୃତ୍ୟୁ

ଓଡ଼ିଆ ବାର୍ତ୍ତା/ ଏର୍ଣ୍ଣାକୁଲମ: କେରଳର ଏର୍ଣ୍ଣାକୁଲମରେ ରବିବାର ସକାଳେ ଏକ କାର ନଦୀକୁ ଖସି ପଡ଼ିବା ଫଳରେ ଦୁଇ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। ଜିପିଏସ୍ ଲଗାଇ ଯାଉଥିବା ବେଳେ ରାସ୍ତାରେ ପାଣି ଜମି ରହିବାରୁ ସେମାନେ ଜାଣିପାରିନଥିଲେ ପରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି। ମୃତ ଡାକ୍ତର ଦ୍ୱୟ ହେଲେ ଡାକ୍ତର ଅଦ୍ବୈତ (୨୯) ଓ ଡାକ୍ତର ଅଜମଲ ଆସିଫ (୨୯)। ସେମାନେ ଡାକ୍ତର ଅଦ୍ବୈତଙ୍କ ଜନ୍ମଦିନ ପାଳନ କରି କୋଚିରୁ କୋଡୁଙ୍ଗାଲ୍ଲୁର ଫେରୁଥିଲେ। ଉଦ୍ଧାର ହୋଇଥିବା ତିନି ଜଣ ହେଲେ ଜିସ୍ମନ୍, ତମନ୍ନା ଓ ଡକ୍ଟର ଗାଜିକ୍ ଥବସିର। ଜିସମୋନ ଓ ତମନ୍ନା ଯଥାକ୍ରମେ ଜଣେ ନର୍ସ ଓ ଜଣେ ଏମବିବିଏସ୍ ଛାତ୍ରୀ ହୋଇଥିବା ବେଳେ ମୃତ ଦୁଇ ଡାକ୍ତର କୋଡୁଙ୍ଗାଲ୍ଲୁରସ୍ଥିତ କ୍ରାଫ୍ଟ ହସ୍ପିଟାଲରେ କାମ କରୁଥିଲେ। ଏହି ହସ୍ପିଟାଲରେ ହୃଦରୋଗ ବିଶେଷଜ୍ଞ ଭାବେ କାର୍ଯ୍ଯରତ ଥିଲେ।ବିଶେଷଜ୍ଞ କହିଛନ୍ତି ଯେ ଜିପିଏସ୍ ଆଲଗୋରିଦମ ବର୍ଷାଦିନେ କମ୍ ବ୍ୟସ୍ତବହୁଳ ରାସ୍ତାରେ ଯିବାକୁ ଗାଡ଼ି ଚାଳକଙ୍କୁ ପରାମର୍ଶ ଦେଇଥାଏ। କିନ୍ତୁ ଏହି ରାସ୍ତାଗୁଡ଼ିକ ଅଧିକ ଭଲ ଭାବେ ଯାତ୍ରା କରୁଥିବା ରାସ୍ତା ଅପେକ୍ଷା ନିରାପଦ ହୋଇ ନପାରେ। ସେମାନେ ଡ୍ରାଇଭରମାନଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ଯେ, ସେମାନେ ସବୁବେଳେ ଯାତ୍ରା କରିବା ପୂର୍ବରୁ ମ୍ୟାପକୁ ଦେଖି ଯାତ୍ରା କରିବା ଅଧିକ ସୁରକ୍ଷିତ। ତେବେ କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.