ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦାବି : କୋକସରାରେ ୧୨ ଘଣ୍ଟିଆ ବନ୍ଦ ପାଳନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦିର୍ଘ ବର୍ଷରୁ ଦାବି ହୋଇ ଆସୁଛି। ଏନେଇ ଧର୍ମଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦିର୍ଘ ୩୮ ଦିନ ହେବ ଗଣଧାରଣା ଜାରି ରହିଛି। ପ୍ରତ୍ୟହ ବିଭିନ୍ନ ସଂଗଠନ ଓ ନିର୍ବାଚିତ ଜନ ପ୍ରତିନିଧି ସମର୍ଥନ ଜଣାଇ ଗଣଧାରଣାରେ ସାମିଲ ହେଉଛନ୍ତି। ବୁଧବାର କ୍ରିୟାନୁଷ୍ଠାନ କମିଟିର ଆହ୍ବାନକ୍ରମେ ଧର୍ମଗଡ଼ ଉପଖଣ୍ଡକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ ଜଣାଇ କୋକସରା ବ୍ଳକର ମୋଟେର, କୋକସରା ଓ ଆମପାଣି ଠାରେ ୨୬ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ହୋଇଛି। ମୋଟେର ଠାରେ ବେଣୁପାଣି ଦୁର୍ଗା, ଲିଙ୍ଗରାଜ ବେହେରା, ସୁଶୀଲ କୁମାର ଶବର, ବଂକିମ ଦାସ, ସୁଦର୍ଶନ ବେହେରା, ଘେନୁ ବେହେରା, ରାଜ କୁମାର ବାଗ, କ୍ଷୀରସିନ୍ଧୁ ସୁନାନୀ ସମେତ ଅନେକ ବ୍ୟକ୍ତି ବନ୍ଦ ପାଳନରେ ସାମିଲ ହୋଇଥିଲେ। ସେହିପରି ଭାବେ କୋକସରା ଠାରେ ବନ୍ଦ ପାଳନ ସମୟରେ ପୁରୁଷୋତ୍ତମ ଗୁପ୍ତା, ତ୍ରିନାଥ ବାଗ, ମୀନକେତନ ପ୍ରଧାନୀ, ରାଜେନ୍ଦ୍ର ନାଏକ, ତ୍ରିଭୁବନ ନାଏକ, ଶିବ ପ୍ରସାଦ ପ୍ରଧାନୀ, କୀର୍ତ୍ତନ ଶବର, ଘନଶ୍ୟାମ ଜାଲ, ଧବଳେଶ୍ୱର ନାଗ, ନୀଳାମ୍ବର ବାରିକ, ତ୍ରିନାଥ ଶବର, ମନିଜର ପୋଢ଼, ପ୍ରଧାନୀ ବାଗ, ରାମ ପାଣିଗ୍ରାହୀ, ତ୍ରିନାଥ ଶବର, କ୍ଷୀରସିନ୍ଧୁ ହଂସ, ନାରୀନେତ୍ରୀ ଫୁଲତୋଳା ଖମାରୀ ସାମିଲ ହୋଇଥିଲେ ଓ ବିଭିନ୍ନ କାର୍ଯ୍ୟାଳୟକୁ ପିକେଟିଙ୍ଗ କରି ବନ୍ଦ ପାଳନରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ସେହିଭଳି ଭାବେ ଅମପାଣି ବସ ଷ୍ଟାଣ୍ଡ ଠାରେ ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଟିକିଚନ୍ଦ୍ର ଧଙ୍ଗଡାମାଝୀ, ହରିଶ୍ଚନ୍ଦ୍ର ନାଏକ, ବିଡୁ ନାଏକ, କେଶବ ବେଣୁପାଣି, ରାଜୁ ପଟେଲ, ତାପସ ରଂଜନ ରାୟ, ଅଜୟ ପଣ୍ଡା, ଜିତେନ୍ଦ୍ର ପଣ୍ଡା, ରୁଷି ପୁଝାରୀ, ଦୟାନିଧି ନାଏକ, ଭାସ୍କର ରାଓ ପ୍ରମୁଖ ବନ୍ଦ ପାଳନରେ ସାମିଲ ହୋଇଥିଲେ। ଆଜିର ଏହି ବନ୍ଦ ପାଳନକୁ ସମର୍ଥନ କରି ବିଭିନ୍ନ ଦୋକାନ ବଜାର ମଧ୍ୟ ବନ୍ଦ ରଖିଥିଲେ। ରାସ୍ତାର ଉଭୟ ପଟରେ ବହୁ ଗାଡି ମଟର ଅଟକି ରହିଥିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇ ସମ୍ପୂର୍ଣ୍ଣ ଭାବେ ବନ୍ଦ ର ପ୍ରଭାବ ପଡିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.