ବ୍ଲକ ସ୍ତରୀୟ ଲୋକକଳା ଦଳର ଦୁଇ ଦିନିଆ ତାଲିମ ଶିବିର 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ପାରମ୍ପରିକ ଲୋକକଳା ଉପରେ କଳାକାର ମାନଙ୍କୁ ନେଇ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ସିଦ୍ଧାନ୍ତ କୁମାର ମୁଣ୍ଡଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜୟପାଟଣା  ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ବନାଥ ରାଉତ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଥିବା ବେଳେ ପ୍ରୋଗ୍ରାମ ଏସିଟେଣ୍ଟ ହୋମେଶ ବେହେରା ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ମାଧ୍ୟମରେ ଚାଲିଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ଏହି ଯୋଜନାରେ ମଧ୍ୟରେ, ଜନନୀ ସୁରକ୍ଷା ସୁରକ୍ଷା, ଶିଶୁ ମୃତ୍ୟୁ ହାର ହ୍ରାସ, ବିଭିନ୍ନ ବିଷୟରେ ତାଲିମ ଦିଆଯାଇଥିଲା। ଏଥିରେ ଜୟପାଟଣା ଅଞ୍ଚଳର କଳାକାର ମାନେ ଅଂଶଗ୍ରହଣ କରିଥିବା ବେଳେ କୋ ଅଡିନେଟର ସନ୍ତୋଷ କୁମାର ନାଏକ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.