ଭଗବତୀ ହେଲଥ କେୟାର ପକ୍ଷରୁ ମାଗଣାରେ ସୁଗାର ଓ ଅନ୍ୟାନ୍ୟ ପରୀକ୍ଷା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ ଲୋକଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଗୁରୁତ୍ୱ ଦେବା ନିମନ୍ତେ ଜଣେ ଯୁବକଙ୍କ ସହଯୋଗରେ ଭଗବତୀ ହେଲଥକେଏର ନାମରେ ପୁରୁଷୋତ୍ତମପୁର ବସଷ୍ଟାଣ୍ଡ ଠାରେ ଏକ ଘରୋଇ ସ୍ୱାସ୍ଥ୍ୟ ସେବା ଆରମ୍ଭ କରା ଯାଈଥିଲା | ଲୋକମାନଙ୍କ ବିଭିର୍ଣ୍ଣ ପରୀକ୍ଷା, ନିରୀକ୍ଷା ଠାରୁ ସବୁ ରୋଗର ଉପସମ ନିମନ୍ତେ ସବୁ ବିଭାଗର ବରିଷ୍ଟ, ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ୱାରା ଦୀର୍ଘ ଏକମାସ ପରେ ଲୋକଙ୍କ ସେବା ପାଇଁ ବ୍ରହ୍ମପୁରର ସ୍ପାଇନାଲ ସର୍ଜନ ଡକ୍ଟର ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ ଓ ଡକ୍ଟର ସୁଶୀଲ କୁମାର ପତିଙ୍କ ଦ୍ୱାରା ୧୦୦ଜଣରୁ ଉର୍ଦ୍ଧ ବ୍ୟକ୍ତିଙ୍କ ସୁଗାର, କାଲସିଏମ, ଇସିଜି, ଥାଇରଡ଼ ସହିତ ଅନ୍ୟାନ୍ୟ ଚିକିତ୍ସା ମାଗଣାରେ କରାଯାଇଥିଲା | ଯାହା ଦ୍ୱାରା କି ଲୋକମାନେ କିଛି ପରିମାଣରେ ନିଜର ଚିକିତ୍ସା କରି ଉପକୃତ ହେବେ ବୋଲି ଅନୁଷ୍ଠାନର ମୁଖ୍ୟ ଇନ୍ଦ୍ରଜିତ ନାୟକ ଓ ତାଙ୍କ ଭାଇ ଶୁଭ୍ରଜିତ ନାୟକ ମତ ଦେଇଛନ୍ତି | ଏହି ସବୁ ସେବା ସବୁ ସମୟରେ ନୁହଁ ବେଳେ ବେଳେ ଲୋକଙ୍କ ଆର୍ଥିକ ସ୍ଥିତିକୁ ଦେଖି କରାଯିବ ବୋଲି ଇନ୍ଦ୍ରଜିତ ମତ ଦେଇଛନ୍ତି | 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.