ମଦନପୁର ରାମପୁର ବ୍ଲକ ଆଦିବାସୀ ସଂଘର ନୂଆଖାଇ ଭେଟ

ଶୋଭା ଯାତ୍ରା ସହ ଦାବି ପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ବ୍ଲକ ଆଦିବାସି ସଂଘ ତରଫରୁ ନୂଆଖାଇ ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମର ପ୍ରାରମ୍ଭରେ ମ.ରାମପୁର ଚାରି ଛକ ଠାରୁ ଏକ ବିରାଟ ଶୋଭା ଯାତ୍ରାରେ ବାହାରି ବିଭିନ୍ନ ଦାବି ନେଇ ତହସିଲଦାରଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ପରେ ବୁରାଟ ସ୍ଥିତ ସେବା ଜଗତ ଠାରେ ଧୁବା ପନ୍ଦରଙ୍କ ସଭାପତିତ୍ବରେ ସମାରୋହ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ମ.ରାମପୁର କର୍ମଚାରୀ ସଂଘ ସଭାପତି ରାଧୁ ପାତ୍ର, ମୁଖ୍ୟ ବକ୍ତା ଡ଼. କୌତୁକ ପନ୍ଦର, ସମ୍ମାନୀତ ଅତିଥି ସିତୟା ମାଝୀ, ପ୍ରକାଶ ମାଝୀ, ଲକ୍ଷ୍ମଣ ଭୋଇ, ସମ୍ପଦ ବରିହା, ଗୌତମ ପାତ୍ର, ଯୁବରାଜ ପାଟ ମାଝୀ, ସିଂଗମତ ମାଝୀ, ଲିଙ୍ଗରାଜ ପାତ୍ର, ଲୋଚନ ଧରୁଆ, ବିଶି କେଶନ ମାଝୀ, ଲଳିତ ଭୋଇ ପ୍ରମୁଖ ଯୋଗ ଦେଇ ଥିବା ବେଳେ ଧନ ସିଂ ମାଝୀ ମଞ୍ଚ ପରିଚାଳନା କରିଥିଲେ। ବିବରଣୀ ପଠନ ଦାଶରଥି ମାଝୀ ଓ ଧନ୍ୟବାଦ ଅର୍ପଣ କରିଥିଲେ ଅଗସ୍ତି ମାଝୀ । ଏଥିରେ ମ.ରାମପୁର ବ୍ଲକର ସମସ୍ତ ପଞ୍ଚାୟତରୁ ଆଦିବାସୀମାନେ ଏକଜୁଟ ହେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.