ରାଜ୍ୟସ୍ତରୀୟ ମହିଷମର୍ଦ୍ଦିନୀ ସାରସ୍ବତ ସମାରୋହ

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର : କୈବଲ୍ୟ ସାହିତ୍ୟ ସଂସଦ ତରଫରୁ ବୁଦ୍ଧ ମନ୍ଦିର ସଭାଗୃହରେ ରାଜ୍ୟସ୍ତରୀୟ ମହିଷମର୍ଦ୍ଦିନୀ ସାରସ୍ବତ ସମାରୋହ ମହା ଧୂମଧାମରେ ପାଳିତ ହୋଇ ଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା କବି, କବୟିତ୍ରୀ ଏବଂ ସାହିତ୍ୟିକ ମାନେ ଜଗତଜନନୀ ମାଆଙ୍କ ଉପରେ ସ୍ବରଚିତ କବିତା ଗାୟନ କରିଥିଲେ । ପ୍ରାରମ୍ଭିକ କବିତା ଆସରରେ ଭକ୍ତି ଭାବପୂର୍ଣ୍ଣ ନୈବେଦ୍ୟ ଜୟ ମା ସିଂହ ବାହିନୀ ବଜୟ ପଇଟଲ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦୁଇଟି ଅଧିବେଶନରେ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା ।ଉକ୍ତ ଅବସରରେ ପ୍ରଫେସର ଡକ୍ଟର କୁମରବର ଦାସ , ପ୍ରାକ୍ତନ କୁଳପତି ଉଦ୍ଘାଟକ ରୂପେ ଯୋଗଦାନ କରି ଓଡ଼ିଆ ସଂସ୍କୃତିରେ ମାତୃଶକ୍ତି ଉପାସନାର ତାତ୍ପର୍ଯ୍ୟ ବିଷୟରେ ସୁନ୍ଦର ଭାବେ ବ୍ୟାଖ୍ୟା କରିଥିଲେ । ମୁଖ୍ୟଅତିଥି ଭାବେ ଡ଼କ୍ଟର ଅଲେଖ ଚନ୍ଦ୍ର ପଡ଼ିହାରି ପ୍ରାକ୍ତନ ଶାସନ ସଚିବ ଯୋଗଦାନ କରି ଦଶହରା ପୂଜା ସାମାଜିକ ମୂଲ୍ୟବୋଧକୁ କିପରି ଅକ୍ଷୁର୍ଣ୍ଣ ରଖିଛି ସୂଚନା ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଡ଼କ୍ଟର ପ୍ରତିଭା ମହାରଥୀ ପୁରାଣ କାଳରୁ ଶକ୍ତି ପୂଜାର ମାହାତ୍ମ୍ୟ ବିଷୟରେ ଉଦାହରଣ ଦେଇ ସୁନ୍ଦର ଭାବରେ ଉପସ୍ଥାପନ କରିଥିଲେ ।ଡ଼କ୍ଟର ହରିହର କାନୁନଗୋ , ପ୍ରାକ୍ତନ ନିର୍ଦ୍ଦେଶକ ଓଡ଼ିଶା ଭାଷା ପ୍ରତିଷ୍ଠାନ ସଭାପତିତ୍ବ କରିଥିଲେ । ସମ୍ମାନିତ ଅତିଥି ଭାବେ ଦିଲ୍ଲୀପ ସେନାପତି , ଅଧ୍ୟକ୍ଷ ପ୍ରାଚୀ ମହାବିଦ୍ୟାଳୟ, କବି ବିଦେଶୀ ନାୟକ ( କନ୍ଧମାଳ ) , ଲଳିତେନ୍ଦୁ ପଲାଉରି ବରିଷ୍ଠ ସ୍ତମ୍ବକାର,ଗୋଦାବରୀଶ ଦାସ, ଡ଼କ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ଅପର୍ଣ୍ଣା ମିଶ୍ର,ନବ କିଶୋର ସାମନ୍ତରାୟ,କବୟିତ୍ରୀ ସ୍ନେହାଶ୍ରୀ ସ୍ୱାଇଁ ଯୋଗଦାନ କରି ଅସତ୍ୟ ଉପରେ ସତ୍ୟର ବିଜୟକୁ ବ୍ୟାଖ୍ୟା କରିଥିଲେ ।

Udyog Nursery
Udyogi Nursery

ଓଡ଼ିଶୀ ନୃତ୍ୟଶିଳ୍ପୀ ପୁନମ୍ ସାହୁ , ନୃତ୍ୟଶିଳ୍ପୀ ଅଦ୍ୟାଶା ପରିଡ଼ା ଏବଂ ନୃତ୍ୟଶିଳ୍ପୀ ଆଦ୍ୟାଶା ଆନନ୍ଦିତା “ଦୁର୍ଗା ତାଣ୍ଡବ” ପ୍ରଦର୍ଶନ କରିଥିଲେ । କୈବଲ୍ୟ ସ୍ଵତନ୍ତ୍ର ବିଶେଷାଙ୍କ ଉନ୍ମୋଚିତ କରାଯାଇଥିଲା । ପ୍ରତିଷ୍ଠାତା ଓ ସମ୍ପାଦକ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ସଂପାଦକୀୟ ବିବରଣୀ ପାଠ କରି ଦଶହରା ତାତ୍ପର୍ଯ୍ୟ ବ୍ୟାଖ୍ୟା କରି ମାର୍ଗଦର୍ଶନ ପ୍ରଦାନ କରିଥିଲେ । ଉପସ୍ଥାପିକା ଜୟଶ୍ରୀ ପଟ୍ଟନାୟକ, ଡ଼କ୍ଟର ସ୍ୱାଗତିକା ସାହୁ, ଡ଼କ୍ଟର ରଶ୍ମି କର, କବୟିତ୍ରୀ ସୁରଭି ଦ୍ବିବେଦୀ ସଭା କାର୍ଯ୍ୟ ପରିଚାଳନା କରିଥିଲେ । କବୟିତ୍ରୀ ପୁଷ୍ପଲତା ମିଶ୍ର କାର୍ଯ୍ୟକ୍ରମ ସଂଯୋଜିକା ହିସାବରେ ଦାୟିତ୍ଵ ସମ୍ପାଦାନ କରିଥିଲେ । କୈବଲ୍ୟ ସାହିତ୍ୟ ପତ୍ରିକାକୁ ପ୍ରଦାନ କରିଥିବା ଲେଖାକୁ ବିଚାରକୁ ନେଇ ରାଜ୍ୟସ୍ତରୀୟ ଶହେରୁ ଉର୍ଦ୍ଧ ସ୍ରଷ୍ଟା ଏବଂ ଅନ୍ୟ ସ୍ରଷ୍ଟା ମାନଙ୍କୁ ମହିଷମର୍ଦ୍ଦିନୀ ସାରସ୍ବତ ସମ୍ମାନ ପ୍ରଦାନ କରାଯାଇଥିଲା । ପଚାଶରୁ ଉର୍ଦ୍ଧ ସମାଜସେବୀ ମାନଙ୍କୁ ରାଜ୍ୟସ୍ତରୀୟ ମହିଷମର୍ଦ୍ଦିନୀ ସେବା ସମ୍ମାନ ପ୍ରଦାନ କରାଯାଇଥିଲା । ଶ୍ରୀଯୁକ୍ତ ସୁଭବ୍ରତ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.