ହୀରାକୁଦ ବନ୍ୟଜନ୍ତୁ ଡିଭିଜନ ସମ୍ବଲପୁର ଗଲା ମଣିଷ ଖିଆ ବାଘ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ମଣିଷ ଖିଆ ବାଘକୁ ନୂଆପଡା ରେଞ୍ଜରୁ ଆଜି ସନ୍ଧ୍ୟାରେ ହୀରାକୁଦ ବନ୍ୟଜନ୍ତୁ ଡିଭିଜନ ସମ୍ବଲପୁରକୁ ସ୍ଥାନାନ୍ତର କରାଯାଇଛି | ସ୍ଥାନାନ୍ତର ସମୟରେ କଲରାପତରିଆ ବାଘଟିର ସ୍ୱାସ୍ଥ୍ୟ ଅବସ୍ଥା ସୁସ୍ଥ ଥିବା ସୂଚନା ରହିଛି | ତେବେ ହୀରାକୁଦ ବନ୍ୟଜନ୍ତୁ ଡିଭିଜନ ସମ୍ବଲପୁରରୁ ବାଘକୁ ନେବା ପାଇଁ ୩ ଟି ଏସ୍କାର୍ଟ ଗାଡି ସହିତ ଜଣେ ଏ.ସି.ଏଫ ରେବତୀ ରଞ୍ଜନ ଯୋଶୀ, ୩ ଜଣ ଫରେଷ୍ଟର ଏବଂ ବନ ବିଭାଗ କର୍ମଚାରୀ ସୁରକ୍ଷା ପାଇଁ ନିୟୋଜିତ ହୋଇ ଆସିଅଛନ୍ତି | ତେବେ ବାଘଟି ନୂଆପଡା ରେଞ୍ଜ ଅଫିସରେ ଲଗାତାର ୨ ଦିନ ରହିଲା ଓ ତା’ର ସ୍ୱାସ୍ଥ୍ୟ ଅବସ୍ଥାକୁ ଡେପୁଟି ଡାଇରେକ୍ଟର ଭେଟେନାରୀ ପ୍ରାଣୀ ସମ୍ପାଦ ପ୍ରାର୍ଥୀ ସାରଥୀ ଦୋରା ନିରୀକ୍ଷଣ କରୁଥିଲେ | ପ୍ରକାଶ ଯେ, ପ୍ରଥମେ ବାଘକୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯିବାର ସ୍ଥିର ହୋଇ ଥିବା ବେଳେ ତାକୁ ବର୍ତ୍ତମାନ ହୀରାକୁଦ ବନ୍ୟଜନ୍ତୁ ଡିଭିଜନ ସମ୍ବଲପୁରକୁ ସ୍ଥାନାନ୍ତର କରାଯାଇଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.