ଆଉ ନାହାନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୀରେନ୍ଦ୍ର ମିଶ୍ର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଜଷ୍ଟିସ ସି.ଆର. ଦାଶଙ୍କ ଶ୍ୱଶୁର ବୀରେନ୍ଦ୍ର ମିଶ୍ରଙ୍କ ୯୦ ବର୍ଷ ବୟସରେ ପରଲୋକ ଘଟିଛି l ସୋନପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଭୋର ୫ଟା ବେଳେ ଶ୍ରୀ ମିଶ୍ରଙ୍କ ଦେହାନ୍ତ ଘଟିଛି l ସ୍ବର୍ଗୀୟ ମିଶ୍ରଙ୍କ ବିୟୋଗ ଖବରରେ ସୋନପୁର ସହର ସମେତ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଛି l ସୋନପୁର ଜୁଡ଼ିସିଆଲର ସମସ୍ତ ଅଧିକାରୀ, ସ୍ୱଚ୍ଛ ଭାରତ ସଂଗଠନ ସଦସ୍ୟ ଓ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମେଡିକାଲରେ ପହଞ୍ଚି ସ୍ୱର୍ଗତ ମିଶ୍ରଙ୍କ ଅନ୍ତିମ ଦର୍ଶନ କରିଥିବା ବେଳେ ସନ୍ଧ୍ୟା ୭ଟାରେ ଜଷ୍ଟିସ ସି.ଆର. ଦାଶ ଓ ତାଙ୍କ ପରିବାର ସୁଦୂର କଲିକତାରୁ ପହଞ୍ଚି ସ୍ବର୍ଗୀୟ ମିଶ୍ରଙ୍କ ଅନ୍ତିମ ଦର୍ଶନ କରିଥିଲେ l ରାତି ୮ଟାରେ ସ୍ଥାନୀୟ ରାମେଶ୍ୱର ଶ୍ମାଶାନ ଘାଟରେ ସ୍ବର୍ଗତ ମିଶ୍ରଙ୍କ ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ଶ୍ରୀ ମିଶ୍ରଙ୍କ ଶେଷ ଦର୍ଶନ ଓ ଶ୍ରଦ୍ଧାଞ୍ଜଳି ପାଇଁ ଜିଲ୍ଲା ଦୌରା ଜର୍ଜ ରଶ୍ମି ରଞ୍ଜନ ଆଚାର୍ଯ୍ୟ, ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା, ବିଭିନ୍ନ ବିଭାଗ ର ବିଚାରପତି, ଏଡ଼ିଏମଙ୍କ ସମେତ ଜିଲ୍ଲାର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି, ଆଇନଜୀବୀ ଥନାପତିପଡା ବାସ ଭବନରେ ପହଞ୍ଚି ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.