ରିଷିଡାରେ ପାନୀୟ ଜଳ ସଂକଟ : ପ୍ରଶାସନ ଦୃଷ୍ଟି ଦିଅନ୍ତୁ

କର୍ଲାମୁଣ୍ଡା,୪/୬ : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ଏକ ପ୍ରମୁଖ ଅଞ୍ଚଳ ହୋଇଛି ରିସିଡା । ୧୦ ଟି ୱାର୍ଡକୁ ନେଇ ଗଠିତ ରିଷିଡାର ଜନସଂଖ୍ୟା ୪ ହଜାରରୁ ଉର୍ଦ୍ଧ । ଏହି ଗାଁର ପ୍ରମୁଖ ସମସ୍ୟା ହେଉଛି ପାନୀୟଜଳ । ଏହି ଅଞ୍ଚଳକୁ ତେଲନଦୀରୁ ସିଧାସଳଖ ପାଇପ ଯୋଗେ ଜଳଯୋଗାଣ କରିବା ପାଇ ଆଜିକୁ ପ୍ରାୟ 7 ବର୍ଷ ତଳେ ତେଲନଦୀରୁ ଜଳଯୋଗାଣ ବ୍ୟବସ୍ତା କରାଯାଇଥିଲା । ତକାଳୀନ ଲୋକସଭା ସଂସାଦଙ୍କ କ୍ଷେତ୍ରୀୟ ଅନୁଦାନ ପାଣ୍ଠିରୁ ରିଷିଡା ଓ ତେରସିଂହାକୁ ଜଳଯୋଗାଣ ପାଇ ପ୍ରକଳ୍ପ ନିର୍ମାଣ ହୋଇଥିଲା । ￰କିନ୍ତୁ ବ୍ୟବସ୍ଥାଗତ ତ୍ରୁଟି ହେତୁ ରିଷିଡା ର ସମସ୍ତ ଅଂଚଳକୁ ଜଳଯୋଗାଣ ହୋଇପାରିନାହିଁ । ୧୦ ଟି ୱାର୍ଡ ମାଧ୍ୟରୁ କେବଳ ୫ ଟି ୱାର୍ଡ କୁ ଜଳଯୋଗାଣ ହୋଇଥିବା ବେଳେ ୫ ଟି ୱାର୍ଡ ବଞ୍ଚିତ ରହିଛି ଏହି ଜଳ ଯୋଗାଣରୁ ବଞ୍ଚିତ ଅଂଚଳ ମଧ୍ୟରୁ ରିଷିଡା ଡେଲିମାର୍କେଟ, ବସଷ୍ଟାଣ୍ଡ ପରି ଗୁରୁତ୍ଵପୁର୍ଣ ଅଂଚଳ ରହିଛି । ସମଗ୍ର ଅଞ୍ଚଳକୁ ଜଳଯୋଗାଣ କରାଯିବ ବୋଲି ବିଭାଗୀୟ କର୍ତୁପକ୍ଷ କହି ଅସୁଥିଲେ ମଧ୍ୟ ଅଧ୍ୟବଧି ତାହା ସଫଳ ହୋଇନାହିଁ । ବିଶେଷକରି ୯ ଓ ୧୦ ନମ୍ବର ୱାର୍ଡରେ ପାନୀୟଜଳ ସମସ୍ୟା ଅଧିକ ରହିଛି । ଏହି ଅଂଚଳର ନଳକୁଅରୁ ମଧ୍ୟ ଯଥେଷ୍ଟ ପାଣି ବାହାରୁ ନାହିଁ । ତେଣୁ ପାଇପ ଜଳଯୋଗାଣ ବ୍ୟବସ୍ଥାକୁ ସବୁଦିନିଆ କରିବା ପାଇ ଆବଶ୍ୟକ ପଦକ୍ଷେପ ନେବାକୁ ଦାବି ହୋଇଛି । ଏଠାକୁ ଯଦି ପାଇପ ଜଳଯୋଗାଣ ହୋଇପାଇଛନ୍ତି ତା ହେଲେ ପାନୀୟ ଜଳ ସମସ୍ୟାର ସମାଧାନ ହୋଇପାରିଛନ୍ତି । ଏଥିପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଉଛି ।

 

କର୍ଲାମୁଣ୍ଡାରୁ ବାଳକୁମାର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.