ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡ଼ା ଜିଲ୍ଲା ବୈଦ୍ୟ ସଂଘ ପକ୍ଷରୁ ଖରିଆର ବ୍ଲକ ଯୁନେନ୍ ଗ୍ରାମ ଠାରେ ଧନ୍ୱନ୍ତରୀ ଜୟନ୍ତୀ ଉପଲକ୍ଷେ ପୂଜା ଆୟୋଜନ କରାଯାଇ ଜିଲ୍ଲା ବୈଦ୍ୟ ସଂଘର ଆଗାମୀ କାର୍ଯ୍ୟକ୍ରମ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏହି ବୈଠକରେ ନୂଆପଡ଼ା ଜିଲ୍ଲା ବୈଦ୍ୟ ସଂଘର କାର୍ଯ୍ୟକର୍ତ୍ତା ସୂର୍ଯ୍ୟକାନ୍ତ ରାଉତ, ବ୍ୟୋମକେଶ ବାରିକ, ଲାବଣ୍ୟ ବାଗ, ଦୋଳବନ୍ତ ମାଝୀ, ଜଗସନ ମାଝୀ, ଓଁକାର ମାଝୀ ଏବଂ ପିରାମଲ ସ୍ବାସ୍ଥ୍ୟ ସଂସ୍ଥାର ଜିଲ୍ଲା ମୁଖ୍ୟ ମନୋଜ ରତେ ଯୋଗଦାନ କରି ଥିଲେ।





