ସଚିନଙ୍କ ସହ ବିଶ୍ୱକପ ସେମିଫାଇନାଲ ମ୍ୟାଚ ଉପଭୋଗ କରିପାରନ୍ତି ମହାନ ଫୁଟବଲର ବେକହାମ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବୁଧବାର ଦିନିକିଆ ବିଶ୍ୱକପ କ୍ରିକେଟର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହି ମ୍ୟାଚକୁ ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଉପଭୋଗ କରିବେ । ରିପୋର୍ଟ ମୁତାବକ ଇଂଲଣ୍ଡର ମହାନ ଫୁଟବଲ ଖେଳାଳି ଡେଭିଡ ବେକହାମ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସହ ଏହି ମ୍ୟାଚ ଉପଭୋଗ କରିପାରନ୍ତି । ବେକହାମ ଏବେ ୟୁନିସେଫର ଗୁଡୱିଲ ଆମ୍ବାସଡର ଭାବେ ଭାରତ ଆସିଛନ୍ତି । ଆଇସିସି ଓ ୟୁନିସେଫ ମଧ୍ୟରେ ପୂର୍ବରୁ ବୁଝାମଣା ହୋଇଛି । ମହିଳା ସଶକ୍ତିକରଣ ଓ ଲିଙ୍ଗ ସମାନତା ନେଇ କ୍ରିକେଟ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ବୁଝାମଣା ହୋଇଛି । ଭାରତ ଲିଗ ପର୍ଯ୍ୟାୟରେ ସମସ୍ତ ମ୍ୟାଚରେ ବିଜୟ ହାସଲ କରି ସେମିରେ ପ୍ରବେଶ କରିଛି । ୨୦୧୩ ପରଠାରୁ ଭାରତ କୌଣସି ଆଇସିସି ଟ୍ରଫି ହାସଲ କରି ନାହିଁ । ୨୦୧୫ ଓ ୨୦୧୯ରେ ଭାରତ ସେମିଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଆଉ ଆଗକୁ ବଢ଼ିପାରି ନ ଥିଲା । ଏଥର ଘରୋଇ ପରିବେଶରେ ଟାଇଟଲ ହାସଲ ପାଇଁ ଟିମ ଇଣ୍ଡିଆ ନିକଟରେ ସୁବର୍ଣ୍ଣ ସୁଯୋଗ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.