ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଗିରି ଗୋବର୍ଦ୍ଧନ ପୂଜା ଅବସରରେ ମଦନପୁର ରାମପୁର ବ୍ଲକ ଅନ୍ତର୍ଗତ ଗୌଡ଼ କର୍ଲାଖୁଣ୍ଟା ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ କୁଶୁଲା ପୁଞ୍ଜା ଡଙ୍ଗର ମହୋତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ପୂଜନ କାର୍ଯ୍ୟକ୍ରମ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଛି । ତିନିଦିନ ଧରି ଚାଲୁଥିବା ଏହି ମହୋତ୍ସବର ସୋମବାର ସାଂସ୍କୃତିକ କାର୍ଯ୍ୟକ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ଅତିଥି ଭାବରେ ଯୋଗଦେଇ ମାର୍ଗଦର୍ଶନ ଦେବାସହ ସ୍ଥାନୀୟ ଅଧିବାସୀଙ୍କ ସହ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ସୁବିଧା ଅସୁବିଧା କଥା ଆଲୋଚନା କରିଥିଲେ। ସେହିପରି କର୍ଲାମୁଣ୍ଡା ବ୍ଳକ ଅନ୍ତର୍ଗତ ରିଞ୍ଜା ପଞ୍ଚାୟତର ଟକାରୁମାଲ ଠାରେ ଅନୁଷ୍ଠିତ ପ୍ରଭୁ ଗିରିଗୋବର୍ଦ୍ଧନ ପୂଜା ମଣ୍ଡପକୁ ଯାଇ ପ୍ରଭୁ ଶ୍ରୀକୃଷ୍ଣଙ୍କ ଆର୍ଶୀବାଦ ନେବାସହ ସ୍ଥାନୀୟ ଅଧିବାସୀଙ୍କ ସହ ଆଲୋଚନା କରିଥିଲେ।