ଏଣିକି ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକିଲେ ସର୍ବନିମ୍ନ ୬ ମାସ ହେବ ଜେଲ !

ବଜାରରେ ଅପମିଶ୍ରିତ, ନିମ୍ନମାନର ଖାଦ୍ୟ ବିକ୍ରି ବଢୁଛି। ଏହାକୁ ନିୟନ୍ତ୍ରଣ କରିବା ଲାଗି ସଂସଦୀୟ କମିଟି ଏକ ଦଣ୍ଡବିଧାନ ବ୍ୟବସ୍ଥା କରିଛି। ସଂସଦୀୟ କମିଟି ପରାମର୍ଶ ଦେଇଛି ଯେ ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରୟ କରିବାରେ ଦୋଷୀମାନଙ୍କୁ ସର୍ବନିମ୍ନ ୬ମାସ ଦଣ୍ଡ ଦିଆଯାଉ। ଏହା ସହିତ ୨୫,୦୦୦ ଟଙ୍କା ଜରିମାନା ଲାଗୁ କରିବାକୁ ମଧ୍ୟ କମିଟି ପରାମର୍ଶ ଦେଇଛି। ବିଜେପି ସାଂସଦ ବ୍ରିଜଲାଲଙ୍କ ନେତୃତ୍ୱରେ ସଂସଦୀୟ କମିଟି କହିଛି ଅପମିଶ୍ରିତ ଖାଦ୍ୟ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ଏବଂ ଏଥିପାଇଁ ପୂର୍ବରୁ ରହିଥିବା ଦଣ୍ଡବିଧାନ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। ଖାଦ୍ୟ ଏବଂ ପାନୀୟ ଜନସାଧାରଣଙ୍କର ବହୁ କ୍ଷତି ଘଟାଇଥାଏ। କିନ୍ତୁ ଏଥିପାଇଁ ଦିଆଯାଉଥିବା ଦଣ୍ଡ ପର୍ଯ୍ୟାପ୍ତ ନୁହେଁ। ଏଭଳି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତିଙ୍କୁ ସର୍ବନିମ୍ନ ୬ମାସ ଜେଲ ଦଣ୍ଡ ଏବଂ ସର୍ବନିମ୍ନ ୨୫,୦୦୦ଟଙ୍କା ଜୋରିମାନା ଦେବାକୁ ସଂସଦୀୟ କମିଟି ସୁପାରିଶ କରିଛି। ପ୍ରଚଳିତ ନିୟମ ଅନୁଯାୟୀ, ଅପମିଶ୍ରିତ ଖାଦ୍ୟ ବିକ୍ରୟ ପାଇଁ ଦଣ୍ଡ ସର୍ବାଧିକ ୬ ମାସ କିମ୍ବା ଏକ ହଜାର ଟଙ୍କା ଜରିମାନା ଅବା ଉଭୟ ଦଣ୍ଡାଦେଶ ରହିଛି। ସଂସଦୀୟ କମିଟି ଭାରତୀୟ ନ୍ୟାୟ ସଂହିତା, ଇଣ୍ଡିଆନ ସିଭିଲ ଡିଫେନ୍ସ କୋଡ ଏବଂ ଇଣ୍ଡିଆନ ଇଭିଡେନ୍ସ ଆକ୍ଟ ବିଲର ଡ୍ରାଫ୍ଟ ବିଶ୍ଳେଷଣ କରି ସେଥିରେ ଆବଶ୍ୟକୀୟ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇଛି। କମିଟି ଏହାର ରିପୋର୍ଟରେ ସାମୁହିକ ସେବାକୁ ଭାରତୀୟ ନ୍ୟାୟିକ ସଂହିତାରେ ଏକ ଦଣ୍ଡ ଭାବେ ବୋଲି ବର୍ଣ୍ଣନା କରିଛି। କମିଟି କହିଛି ଯେ ଏହା ଜେଲଗୁଡିକର ଭାରକୁ ହ୍ରାସ କରିବ। ତେବେ କମିଟିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ସାମୁହିକ ସେବା ଦଣ୍ଡର ଅବଧି ଏବଂ ପ୍ରକୃତି ବିଲରେ ସ୍ପଷ୍ଟ ନୁହେଁ। କମିଟି ଏହାକୁ ସ୍ପଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି। ସଂସଦୀୟ କମିଟି ପରାମର୍ଶ ଦେଇଛି ସାମୁହିକ ସେବାର ସଂଜ୍ଞା ସ୍ପଷ୍ଟ କରାଯିବା ଉଚିତ ଏବଂ ପ୍ରଦାନ କରାଯାଇଥିବା ସାମୁହିକ ସେବା ଉପରେ ନଜର ରଖିଥିବା ବ୍ୟକ୍ତିଙ୍କୁ ନିଯୁକ୍ତ କରାଯିବା ଉଚିତ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.