ଶିଶୁ ଦିବସରେ ଝୁମିଲେ ଶିଶୁ, ଲୁକ୍କାୟିତ ପ୍ରତିଭା ପୁରସ୍କୃତ ହେଲେ

ଓଡ଼ିଆ ବାର୍ତ୍ତା/ ରାୟଗଡା ଶିବ (ନାରାୟଣ ଗୈାଡ): ରାୟଗଡା ସଦର ମହକୁମା ଇନ୍ଦିରା ନଗର ଉଚ୍ଚବିଦ୍ୟାଳୟରେ ଶିଶୁ ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। କାଉନସିଲର ଶ୍ରୀମତୀ ସରମିତା ପାଢି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ସି ଆର ସି ସି ପ୍ରଶାନ୍ତି ସାହୁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଚାଚା ନେହେରୁଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ପିଲାଏ ଓ ଶିକ୍ଷକ ବୃନ୍ଦ ଶିଶୁ ଦିବସର ମାହାତ୍ମ୍ୟ ବିଷୟରେ ଅଭିଭାଷଣ ରଖିଥିଲେ। ଶିଶୁଙ୍କୁ ସଂସ୍କାର, ଚରିତ୍ର ଗଠନରେ ଶିକ୍ଷକ ଓ ଅଭିଭାବକଙ୍କ ଭୂମିକା ବିଷୟରେ ଆଲୋଚନା କରିବା ପରେ ବିଦ୍ୟାଳୟରେ ଶିଶୁ ପ୍ରତିଭା ଉନ୍ମୋଚନରେ ନେଇଥିବା ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ। ପିଲାଙ୍କ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ବକ୍ତୃତା, ସଙ୍ଗୀତ, ଚିତ୍ରାଙ୍କନ, କୁଇଜ, ବିଜ୍ଞାନ ପ୍ରଦର୍ଶନୀ, ସାଂସ୍କୃତିକ କାର୍ଯ୍ୟକ୍ରମ ର ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.