ସୁବିକାଶ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର କସ୍ତୁରୀ ନଗରରେ ଥିବା ସୁବିକାଶ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଆଜି ଶିଶୁ ଦିବସ ପାଳିତ ହୋଇଯାଇଛି । ସୁବିକାଶ ଏଜୁକେସନାଲ ଚାରିଟେବୁଲ୍ ଟ୍ରଷ୍ଟ ଅଧ୍ୟକ୍ଷ ପାର୍ବତୀ ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଏବଂ ସୁବିକାଶ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଅଧ୍ୟକ୍ଷ ଶିବ ଅଗ୍ରୱାଲଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିସରରେ ଶିଶୁ ଦିବସ ପାଳନ କାର୍ଯ୍ୟକ୍ରମ ସହ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିପିଏସଓଡିଏଲ ଡେପୁଟି ମ୍ୟାନେଜର (ସିଭିଲ)ଏସ.ସୁଜାତା ଯୋଗ ଦେଇ ଶିଶୁମାନେ ହେଲେ ଦେଶର ଭବିଷ୍ୟତ । ସେମାନଙ୍କୁ ଗୁଣାତ୍ମକ ଶିକ୍ଷା, ସଂସ୍କାର ପ୍ରଦାନ ସହ ବିଭିନ୍ନ ଖେଳକୁଦରେ ରୁଚି ରଖିବାର ଅଭ୍ୟାସ କରାଯାଉଥିବାରୁ ଆଜି ଆମେ ଏକ ଆଧୁନିକ ବିଞାନ ଯୁଗରେ ପାଦ ଥାପି ପାରିଛୁ ବୋଲି ପ୍ରକାଶ କରିଥିଲେ । ସେହିପରି ଟ୍ରଷ୍ଟ ଅଧ୍ୟକ୍ଷା ପାର୍ବତୀ ଗୁପ୍ତା ନିଜ ବକ୍ତବ୍ୟରେ ଉପସ୍ଥିତ କୁନି କୁନି ଛାତ୍ରଛାତ୍ରୀଙ୍କୁ ନିଜ ଭିତରେ ଲୁଚି ରହିଥିବା ପ୍ରତିଭାକୁ ସବୁବେଳେ ପ୍ରତିପାଦିତ କରିବା ପାଇଁ ମତବ୍ୟକ୍ତ କରିଥିବା ବେଳେ ଶିଶୁ ଦିବସ ପାଳନର ଉଦ୍ଦେଶ୍ୟ ସଂପର୍କରେ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ପ୍ରକାଶ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତଯୋଗିତାରେ କୃତି ଅର୍ଜନ କରିଥିବା ନର୍ସରୀ ଶ୍ରେଣୀରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ୭୯ଜଣ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା ପତ୍ର ସହ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷୟତ୍ରୀ ଇ.ପାବନୀ ମଂଚ ସଂଯୋଜନା କରିଥିବା ବେଳେ ରୁବିନା ଶେଖ୍ ବେଗମ୍ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବେଦ ମନ୍ତ୍ର ପାଠ କରିଥିବା ବେଳେ ପଂଚମ, ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହାଇଡ୍ରୋଲିକ୍ ସେତୁ, ପ୍ରଦୁଷଣ ଏବଂ ଜ୍ୱଳାମୁଖୀ ଭଳି ବିଷୟକୁ ନେଇ ବିଞାନ ପ୍ରକଳ୍ପର ପ୍ରଦର୍ଶନୀ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିଭାବକମାନେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.