ରାୟଗଡା ସାହିତ୍ୟ ମହୋତ୍ସବ ପାଇଁ ବୈଠକ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସାହିତ୍ୟ ମହୋତ୍ସବ ପାଳନ ନିମନ୍ତେ ସହରର ସ୍ଥାନୀୟ ଦୁର୍ଗା ପୂଜା କମିଟି ସମ୍ମିଳନୀ କକ୍ଷ ଠାରେ ଆଜି ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡାର ବରିଷ୍ଠ ଶିକ୍ଷାବିତ ତଥା କବି ଡଃ.ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଆଗାମୀ ଡିସେମ୍ବର ୧୦ତାରିଖରେ ରାୟଗଡା ଠାରେ ରାଜ୍ୟସ୍ତରୀୟ ସାହିତ୍ୟ ମହୋତ୍ସବ ପାଳନ ନିମନ୍ତେ ଦିନ ଧାର୍ଯ୍ୟ କରାଯାଇଛି । ଏହି ମହୋତ୍ସବରେ ରାଜ୍ୟସ୍ତରୀୟ କବିଙ୍କୁ ସମ୍ମାନୀତ କରିବା ନିମନ୍ତେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା କବି ସୁଶାନ୍ତ କୁମାର ନାୟକ ପ୍ରସ୍ତାବ ଦେଇଥିବା ବେଳେ କବି ଦ୍ୱିତୀଚନ୍ଦ୍ର ସାହୁ ସମର୍ଥନ କରିଥିଲେ । ଏହି ମହୋତ୍ସବର ଲୋଗୋ ଏବଂ ସ୍ମରଣିକା ଉନ୍ମୋଚନ ହେବା ନିମନ୍ତେ ଧାର୍ଯ୍ୟ କରାଯାଇଥିଲା । ସେହିପରି କବିତା ମହୋତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ କବି ମାନଙ୍କୁ ସମ୍ମାନୀତ କରିବା ନିମନ୍ତେ ବୈଠକରେ ଉପସ୍ଥିତ ସମସ୍ତ କବିମାନେ ପ୍ରସ୍ତାବ ଦେଇଥିଲେ । ଏହି ସାଧାରଣ ବୈଠକରେ ରାୟଗଡା, ଗୁଣପୁର, କାଶିପୁର, ଚନ୍ଦ୍ରପୁର ଅଂଚଳର ପ୍ରାୟ ୪୦ରୁ ଉର୍ଦ୍ଧ କବି ଉପସ୍ଥିତ ଥିଲେ ବୋଲି ଲାବଣ୍ୟମୋହନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.