ଥେରୁବାଲି ନିକଟରେ ଖୋଲିବ ୱାଟର ପାର୍କ: କମ୍ପାନୀ ପକ୍ଷରୁ ପ୍ରି-ଲଞ୍ଚିଙ୍ଗ ସେରିମନି ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବୃନ୍ଦାବନ ଆମ୍ୟୁଜମେଣ୍ଟ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ରାୟଗଡ଼ା ଜିଲ୍ଲାର ଥେରୁବାଲି ନିକଟରେ ଏକ ୱାଟର୍ ପାର୍କ ନିର୍ମାଣ ନେଇ ଘୋଷଣା ହୋଇଛି। ଏଥିପାଇଁ ୱାଟର୍ ପାର୍କ ନିର୍ମାତା କମ୍ପାନୀ ପକ୍ଷରୁ ରାୟଗଡ଼ାସ୍ଥିତ ହୋଟେଲ ତେଜସ୍ୱିରେ ଏକ ପ୍ରିଲଞ୍ଚିଂ ସେରେମୋନି ଅନୁଷ୍ଠିତ ହୋଇଥିଲା। ଏଥିରେ ଏସଟି/ଏସସି, ସଂଖ୍ୟାଲଘୁ, ପଛୁଆ ବର୍ଗ ବିକାଶ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେହିଭଳି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାସ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି ପ୍ରମୁଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ। ଏହି ଅବସରରେ ବୃନ୍ଦାବନ ଆମ୍ୟୁଜମେଣ୍ଟ ପ୍ରାଇଭେଟ ଲିମିଟେଡ୍ ର ନିର୍ଦ୍ଦେଶକ ପଦ୍ମଲୋଚନ ମହାପାତ୍ର ଥେରୁବାଲି ନିକଟରେ ନିର୍ମାଣଧିନ ବୃନ୍ଦାବନ ୱାଟର ପାର୍କ ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ। ପ୍ରୋଜେକ୍ଟର ସାହାଯ୍ୟରେ ପିପିଟି ଜରିଆରେ ସମସ୍ତ ଅତିଥି ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଝାଇଥିଲେ। ରାୟଗଡ଼ା ଭଳି ଜିଲ୍ଲାରେ ଏଭଳି ଏକ ଉଦ୍ୟମକୁ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରଶଂସା କରିବା ସହ ସମସ୍ତ ପ୍ରକାର ସହଯୋଗ କରିବାକୁ କହିଥିଲେ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧିର ଦାସ ମଧ୍ୟ ଏହି ୱାଟର୍ ପାର୍କ ରାୟଗଡ଼ା ଜିଲ୍ଲାର ଆର୍ଥିକ ବିକାଶରେ ସହାୟକ ହେବ ବୋଲି କହିଥିଲେ। ଏହାସହ ସ୍ଥାନୀୟ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା ପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ମଧ୍ୟ ଜିଲ୍ଲାରେ ନିର୍ମାଣଧୀନ ବୃନ୍ଦାବନ ୱାଟର୍ ପାର୍କ ଜିଲ୍ଲା ତଥା ସ୍ଥାନୀୟ ଅଞ୍ଚଳରେ ବିକାଶ କରିବା ସହ ପର୍ଯ୍ୟଟନ କ୍ଷେତ୍ରକୁ ଆହୁରି ସୁଦୃଢ଼୍ କରିବ ବୋଲି କହିଥିଲେ। ସେହିଭଳି ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝୀ ମଧ୍ୟ ରାୟଗଡ଼ା ଜିଲ୍ଲାରେ ଏକ ଉଦ୍ୟମକୁ ପ୍ରଶଂସା କରିବା ସହ ଏହାଦ୍ୱାରା ରାୟଗଡ଼ା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ର ପାଇଁ ଶୁଭ ସଂକେତ ବୋଲି କହିଥିଲେ। ବୃନ୍ଦାବନ ୱାଟର୍ ପାର୍କ ନିର୍ମାଣ ହେଉଥିବା କଣାବାଇ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ବାସନ୍ତୀ କୋଣ୍ଡାଗୋରି ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ଖୁସି ପ୍ରକାଶ କରିବା ସହ ତାଙ୍କ ଅଞ୍ଚଳର ଉନ୍ନତି ହେବ ବୋଲି ଆଶା ପ୍ରକାଶ କରିଥିଲେ। ବୃନ୍ଦାବନ ଅମ୍ୟୁଜମେଣ୍ଟ ଲିମିଟେଡ୍ ର ପ୍ରୋଜେକ୍ଟ ମ୍ୟାନେଜର ମନୋଜ କୁମାର ନାୟକ, ପ୍ରମୋଟର ପ୍ରମୋଦ ଚନ୍ଦ୍ର ପଣ୍ଡା, ଡକ୍ଟର ବି. କାନ୍ତା ରାଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.