ଅନୁଦାନ ପରେ ମଧ୍ୟ ଅବହେଳିତ ଅବସ୍ଥାରେ ସଇଁତଲା ମହାବିଦ୍ୟାଳୟ, ଜଣେ ଦକ୍ଷ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଦାବୀ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳାରେ ଶିକ୍ଷାକୁ ନେଇ ଅନେକ ବର୍ଷ ଧରି ପଛୁଆ ରହିବା ପରେ ଗତ 1985 ମସିହାରେ ପଞ୍ଚାୟତ ସମିତି ମହାବିଦ୍ୟାଳୟ ସ୍ଥାପନ ହୋଇଥିଲା l ଏଥିରେ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କର ନେତୃତ୍ୱରେ ଅନେକ ସଂଘର୍ଷ ବଳରେ ମହାବିଦ୍ୟାଳୟକୁ ବଞ୍ଚେଇ ରଖିବା ସହ ପାଦ କୁ ପାଦ ବଢ଼େଇ ଧିରେ ଧିରେ ମହାବିଦ୍ୟାଳୟଟି ଆଗେଇ ଚାଲିଥିଲା l ଉକ୍ତ ମହାବିଦ୍ୟାଳୟରେ କର୍ମଚାରୀ ମାନେ ସ୍ୱଳ୍ପ ବେତନ ଭୋଗୀ ହୋଇ ମଧ୍ୟ ନିଜ ସମ୍ପୂର୍ଣ ଶ୍ରମଦାନ କରି ଶିକ୍ଷାଦାନ କରୁଥିବା ଓ ଏହି ଅନୁଷ୍ଠାନକୁ ଆଗେଇ ନେବାର ବଳିଷ୍ଠ ଭୂମିକା ଗ୍ରହଣ କରିଥିଲେ l ପରବର୍ତ୍ତୀ ସମୟରେ ସରକାରୀ ଅନୁଦାନ ଅନୁଦାନ ପାଇ ଧିରେଧିରେ ଏହି ମହାବିଦ୍ୟାଳୟର ଅଗ୍ରଗତି କରୁଥିବା ବେଳେ ଅନେକ ସମୟରେରେ ବାଧାବିଘ୍ନ ସମ୍ମୁଖୀନ ହେବାକୁ ପଡୁଛି l ବର୍ତମାନ ମହାବିଦ୍ୟାଳୟଟି ସମ୍ପୂର୍ଣ ଅନୁଦାନ ପ୍ରାପ୍ତ ହୋଇଥିବା ସହିତ ଉନ୍ନତିକରଣ ପାଇଁ ସରକାରଙ୍କ ତରଫରୁ ଆର୍ଥିକ ସାହାଯ୍ୟ ମଧ୍ୟ ମିଳିଛି l ଅନ୍ୟପଟେ ମହାବିଦ୍ୟାଳୟ କତୃପକ୍ଷ ଙ୍କ ଉଦାସୀନତା ଯୋଗୁଁ ସରକାରୀ ଅନୁଷ୍ଠାନ ସତ୍ୱେ ମହାବିଦ୍ୟାଳୟରେ ବିଶେଷ ପରିବର୍ତନ ଦେଖିବାକୁ ମିଳୁ ନ ଥିବା ଅଭିଯୋଗ ହୋଇଛି l ପ୍ରକାଶ ଯେ ,ଏହି ମହାବିଦ୍ୟାଳୟରେ ଯୁକ୍ତ 2 କଲା, ବାଣିଜ୍ୟ , ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗ ପାଇଁ ନାମ ଲେଖାଉ ଥିବା ବେଳେ ଯୁକ୍ତ 3 କଳା ବିଭାଗରେ ନାମ ଲେଖାଯାଇ ଶିକ୍ଷାଦାନ ହେଉଛି l ଚଳିତ ଶିକ୍ଷା ବର୍ଷରେ ଏହି କଲେଜରେ ସର୍ବମୋଟ ୧୩ ଶହ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ନାମ ଲେଖାଇ ଅଧ୍ୟୟନ କରୁଥିବା ବେଳେ ଦୂରଦୂରାନ୍ତରୁ ନାମ ଲେଖାଇ ଥିବା ଛାତ୍ରୀମାନଙ୍କ ସୁବିଧା ଦୃଷ୍ଟି ରୁ ଛାତ୍ରୀ ନିବାସ ରହିଥିଲେ ସୁଦ୍ଧା କୌଣସି ଛାତ୍ରୀ ଏଠାରେ ରହିବା ପାଇଁ ଇଚ୍ଛା ପ୍ରକାଶ କରୁ ନ ଥିବାରୁ ହଷ୍ଟେଲଟି ଖାଲି ପଡିଛି l ଯାହାଫଳରେ କତୃପକ୍ଷଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଏହିପରି କଲେଜରେ ପୂର୍ଣ୍ଣ ମାତ୍ରାରେ ଆଧ୍ୟାପକ ନିଯୁକ୍ତି ହୋଇଥିବା ବେଳେ ଶିକ୍ଷାଦାନରେ ଉନ୍ନତି ଆସୁ ନ ଥିବାରୁ ଅନେକ ସମୟରେ ଛାତ୍ରଛାତ୍ରୀ ମାନେ କଲେଜ ଛାଡି ଅନ୍ୟତ୍ର ଯାଉଥିବା ମଧ୍ୟ ଦେଖାଦେଇଛି l ଏହି କଲେଜରେ ପିଅନ, ସୁଇପର ଠୁ ଆରମ୍ଭ କରି ରାଜନୈତିକ ବିଜ୍ଞାନ ଅଧ୍ୟାପକ, କଲେଜ ପିଇଟି ଭଳି 11 ଗୋଟି ବିଭିନ୍ନ ପଦବୀ ଗୁଡିକ ଖାଲି ପଡ଼ିଥିବା ଜଣାପଡିଛି l ସେହିପରି ଗତ ୨୦୧୭ /18 ମସିହାରେ କଲେଜର ଉନ୍ନତିକରଣ ପାଇଁ ୨୦ ଲକ୍ଷ ଟଙ୍କା ସରକାରୀ ଅନୁଦାନ ମିଳିଥିବା ବେଳେ ଖର୍ଚ୍ଚ ନ କରି ପାରି ଫେରସ୍ତ କରିଥିବା ଜଣାପଡିଛି l ଯାହା କଲେଜ କତୃପକ୍ଷଙ୍କ ଖାମଖିଆଲି ମନୋଭାବ କୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଏଥିସହ ଦୀର୍ଘ ଦିନ ହେବ ଏହି କଲେଜ ପରିସର ର ସୌନ୍ଦର୍ଯ୍ୟକରଣ ପାଇଁ ରଙ୍ଗ ଲଗାଯାଇ ପାରୁ ନ ଥିବା କିମ୍ବା ସୌନ୍ଦର୍ଯ୍ୟକରଣ ପାଇଁ ବଗିଚା ନିର୍ମାଣ କରି ପାରି ନ ଥୁବାରୁ କଲେଜ ଟି ଜରାଜୀର୍ଣ୍ଣ ଅବସ୍ଥାରେ ପଡିଥିଲା ଭଳି ଦେଖାଯାଉଛି l ଯାହା ଦ୍ୱାରା ଅନେକ ଛାତ୍ରଛାତ୍ରୀ ଙ୍କୁ କଲେଜ ପରିବେଶ ନିରୁତ୍ସାହିତ କରୁଥିବାର ବିଭିନ୍ନ ମହଲରେ ଆଲୋଚନା ହେଉଛି l ଯେପରିକି ରୂପାନ୍ତରୀକରଣ ଯୋଜନାରେ 5T ସ୍କୁଲ ଗୁଡିକ ଯେଭଳି ଭାବରେ ସୌନ୍ଦର୍ଯ୍ୟକରଣ କରାଯାଉଛି l ସେହିଭଳି କଲେଜ କୁ ସୌନ୍ଦର୍ଯ୍ୟକରଣ କରାଗଲେ ଛାତ୍ରଛାତ୍ରୀ ମାନେ ବେଶ ଉତ୍ସାହିତ ହେବେ l ବର୍ତମାନ ଏହି କଲେଜକୁ ସରକାରଙ୍କ ସ୍ୱତନ୍ତ୍ର ଫଣ୍ଡ ରୁ ୧ କୋଟି ୫୦ଲକ୍ଷ ଟଙ୍କା ଅନୁଦାନ ରାଶି ମିଳି ଥିବା ଜଣାଯାଇଛି l ଯାହା ର ସତ ବିନିଯୋଗ କରାଯାଇ କଲେଜ ପରିସରକୁ ବ୍ୟାପକ ପରିବର୍ତନ କରାଗଲେ ଏହା ଆଦର୍ଶ ମହାବିଦ୍ୟାଳୟରେ ପରିଣତ ହୋଇପାରିବ ବୋଲି ଅଞ୍ଚଳର ଅଭିଭାବକ ଓ ବୁଦ୍ଧିଜୀବୀ ମାନେ ଆଶା ବାନ୍ଧିଛନ୍ତି l ଅନ୍ୟପଟେ ଏହି ମହାବିଦ୍ୟାଳୟରେ ସୁ ପରିଚାଳନା ପାଇଁ ଜଣେ ଦକ୍ଷ ଅଧ୍ୟକ୍ଷ ଙ୍କୁ ନିଯୁକ୍ତି ଦିଆ ନ ଗଲେ ସଇଁତଳା କଲେଜର ଭବିଷ୍ୟତ ଉଜ୍ଜଳ ହେବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l ଏଣୁ ଜିଲ୍ଲା ପ୍ରଶାସନ ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରି କଲେଜ କୁ ପରିଦର୍ଶନରେ ଯାଇ ଜଣ ଦକ୍ଷ ଅଧ୍ୟକ୍ଷ ନିଯୁକ୍ତି କରିବା ପାଇଁ ସାଧାରଣ ଦାବୀ ହେଉଛି l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.