ଗୋଚର ଜମି ଜବର ଦଖଲ ଘଟଣା: ପ୍ଲାଣ୍ଟ ନାଁରେ ଜଙ୍ଗଲ ବିଭାଗ ଅଜାଣତରେ କଟିଲା ଶହ ଶହ ଗଛ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ତହସିଲ ଅଧୀନସ୍ଥ ବେଲଗାଁ ରାଜସ୍ବ ସର୍କଲ ଭିକାବାହାଲି ମୌଜା ଅନ୍ତର୍ଗତ ଗୋଚର ଜମିକୁ ଜନୈକ ଠିକା ସଂସ୍ଥା ବେଆଇନ ଜବର ଦଖଲ ସହ ପିଚୁ ପ୍ଲାଣ୍ଟ କରୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଛି। ଏହି ପ୍ଲାଣ୍ଟ ନାଁରେ ଜଙ୍ଗଲ ବିଭାଗର ଅଜାଣତ ରେ ଠିକା ସଂସ୍ଥା ଶହ ଶହ ଗଛ କାଟି ଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ଜାତୀୟ ରାଜପଥ ୨୬ ବେଲଗାଁ ଠାରୁ ଟିଟିଲାଗଡ଼କୁ ବାଇପାସ ରାସ୍ତା ପାଇଁ ମାଟିକାମ ଆରମ୍ଭ ହୋଇଛି। ଏଥିପାଇଁ ଜୈନିକ ଠିକା ସଂସ୍ଥା ଗୋଚର ଜମିକୁ ଜବର ଦଖଲ କରି ଉକ୍ତ ଜମିରେ ଥିବା ଶହ ଶହ ମୂଲ୍ୟବାନ ଗଛ କାଟିଥିବା ଅଭିଯୋଗ ହୋଇଛି। ଏଥିରେ ଶାଗୁଆନ ଗଛ, କେନ୍ଦୁ, ଚାର, ମହୁଲ ଭଳି ମୂଲ୍ୟବାନ ଗଛଗୁଡିକ କାଟି ପିଚୁ ପ୍ଲାଣ୍ଟରେ ଗଛିତ ରଖାଯାଇଛି ଥିବା ଦେଖିବାକୁ ମିଳିଛି। ଏନେଇ ସ୍ଥାନୀୟ ସରପଞ୍ଚ ମଧ୍ୟ ସଇଁତଳା ତହସିଲଦାର ମାନସଫିଲ କେରକେଟାଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ନୀରବ ରହୁଥିବାରୁ ବୁଦ୍ଧିଜୀବୀ ମହାଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏପରିକି ଠିକାଦାର ଜଙ୍ଗଲ ବିଭାଗର ବିନା ଅନୁମତିରେ ଗଛକଟା ଯାଇଛି। ପୂର୍ବରୁ ବନବିଭାଗ ଦ୍ୱାରା ଗଛ ଲଗାଯାଇଥିଲା କିନ୍ତୁ ବନ ବିଭାଗ କାର୍ଯ୍ୟାନୁଷ୍ଠାନ ବଦଳରେ ନୀରବକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏ ନେଇ ଟିଟିଲାଗଡ଼ ରେଞ୍ଜର ଲିଙ୍ଗରାଜ ଭୋଇଙ୍କୁ ଯୋଗାଯୋଗ କରିବାରୁ ରାସ୍ତା କାମ ପାଇଁ ଅନୁମତି ମଗାଯାଇଥିଲା, କିନ୍ତୁ ପିଚୁ ପ୍ଲାଣ୍ଟ ପାଇଁ ଅନୁମତି ଆବେଦନ କରି ନ ଥିବା ପ୍ରକାଶ କରିଥିଲେ। ତେବେ ପ୍ରଶାସନର ବିନା ଅନୁମତିରେ ପ୍ଲାଣ୍ଟ ଫଳରେ ଅଞ୍ଚଳର ଗାଈଗୋରୁ ଚରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ସ୍ୱର ଉତ୍ତୋଳନ କରିବାକୁ ଗଲେ ସମ୍ପୃକ୍ତ ଜବର ଦଖଲକାରୀ ଲୋକଙ୍କୁ ଧମକ ଦେଉଥିବା ଅଭିଯୋଗ ହେଉଛି। ବର୍ତ୍ତମାନ ଜବର ଦଖଲକାରୀ ବ୍ୟକ୍ତି ଜଣକ ଉକ୍ତ ଜମିରେ ପିଚୁ ପ୍ଲାଣ୍ଟ ସ୍ଥାପନ ନେଇ ଯୋଜନା କରୁଥିବା ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପିଚୁ ପ୍ଲାଣ୍ଟ ସ୍ଥାପନ କରାଗଲେ ସ୍ଥାନୀୟ ଅଞ୍ଚଳ ପରିବେଶ ପ୍ରଦୂଷିତ ହେବା ସହ ଲୋକେ ନାନା ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବେ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଅଞ୍ଚନ ଜନସାଧାରଣ ତରଫରୁ ଦାବୀ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.