ଓଡ଼ିଆ ବାର୍ତ୍ତାର ମହାପ୍ରଭାବ: ଯୁଦ୍ଧକାଳୀନ ଭିତ୍ତିରେ ମରାମତି ହେଲା ଚପଟଖଣ୍ଡା ନଳକୂଅ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଚପଟଖଣ୍ଡା ଗ୍ରାମବାସୀ ପିଇବା ପାଣି ମୁଂଦିକ ପାଇଁ ହନ୍ତସନ୍ତ ହେଉଥିଲେ। ଗ୍ରାମର ଏକମାତ୍ର ନଳକୂଅରୁ ପାଣି ବାହାରୁନଥିଲା। ରାଜ୍ୟ ସରକାରଙ୍କ ହର ଘର ଜଲ ଯୋଜନା ଏହି ଗାଁ ପାଇଁ ସାତ ସପନ ପାଲଟିଥିବା ବେଳେ ଗାଁ ଲୋକଙ୍କ ପାନୀୟ ଜଳର ଭରଷା ସାଜିଥିବା ଏକମାତ୍ର ନଳକୂଅ ଦୀର୍ଘ ଦୀନରୁ ଫେଲ ମାରି ଅକାମୀ ହୋଇ ପଡ଼ିଥିଲା। ନଳକୂଅରୁ ବିଲକୁଲ ବି ପାଣି ବାହାରୁନଥିଲା। ସରପଞ୍ଚ, ବିଡ଼ିଓ ସମସ୍ତଙ୍କୁ ଜଣାଇ ସାରିଥିଲେ ଗ୍ରାମବାସୀ। ମଙ୍ଗଳବାର ଓଡ଼ିଆ ବାର୍ତ୍ତାରେ ଖବର ପ୍ରକାଶିତ ହେବାପରେ ତତ୍ପରତା ଦେଖାଇଥିଲେ ନର୍ଲା ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ। ସକାଳୁ ତିନିଜଣ ଷ୍ଟାଫଙ୍କୁ ନେଇ ବସୁଧା ଗାଡି ଯୋଗେ ଚପଟଖଣ୍ଡା ଗ୍ରାମକୁ ଯାଇ ମରାମତି କରିଥିଲେ ଦୀର୍ଘ ଦିନରୁ ପାଣି ବାହାରୁନଥିବା ନଳକୂଅକୁ। ଗ୍ରାମବାସୀ ଏଥର ବେଶ ଖୁସି। ହେଲେ ଉକ୍ତ ନଳକୂଅଟି ଦୀର୍ଘଦିନର ହୋଇଥିବାରୁ କଳଙ୍କି ଗୁଣ୍ଡ ମିଶା ପାଣି ବାହାରୁଛି। ଆଗରୁ ଦୁଇଥର ସଫା ମଧ୍ୟ କରାଗଲାଣି। ଏଣୁ ଗ୍ରାମରେ ଏକ ନୂତନ ନଳକୂଅ ଖୋଳି ଦେବାପାଇଁ ଗ୍ରାମବାସୀ ନର୍ଲା ବ୍ଲକ ପ୍ରଶାସନକୁ ଅନୁରୋଧ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.