ମହାନଦୀ ପୋଲ ତଳରୁ ଶିକ୍ଷକଙ୍କ ମୃତ ଦେହ ଉଦ୍ଧାର: ହତ୍ୟା ସନ୍ଦେହ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ମହାନଦୀ ବ୍ରିଜ ତଳୁ ଆଜି ସନ୍ଧ୍ୟା ସମୟରେ ଏକ ମୃତ ଦେହ ଉଦ୍ଧାର ହୋଇ ଥିବା ବେଳେ ମୃତ ବ୍ୟକ୍ତି ଜଣକ ବୀରମହାରାଜପୁର ଥାନା କେଶଲପୁରା ଗାଁର ଲୋକନାଥ ନାଏକ ବୋଲି ଜଣା ପଡିଛି। ସେ ଗତକାଲି ସନ୍ଧ୍ୟାରେ ଘରୁ ବାହାରି ଥିବାବେଳେ ଆଉ ଫେରି ନଥିଲେ। ତେବେ ଆଜି ମହାନଦୀରୁ ତାଙ୍କ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଲୋକନାଥଙ୍କ ପାଖକୁ ଗତ କାଲି ସନ୍ଧ୍ୟାରେ ଏକ ଫୋନ୍ ଆସିଥିଲା। ଫୋନ୍ ପାଇ ଲୋକନାଥ ଘରୁ ବାହାରି ଯାଇଥିଲେ। ହେଲେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକ ଖୋଜା ଖୋଜି କରିଥିଲେ ହେଁ ତାଙ୍କ ସନ୍ଧାନ ପାଇ ନଥିଲେ। ତାଙ୍କୁ କେହି ଯୋଜନା ବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ବୀରମହାରାଜପୁର ଥାନାରେ ନିଖୋଜ କେସ ପରିବାର ପକ୍ଷରୁ ଦିଆଯାଇଥିବା ପରେ ମଧ୍ୟ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ନ ନେବା ନେଇ ଗ୍ରାମ ର ଲୋକେ ଅଭିଯୋଗ କରିଥିବା ବେଳେ ଏବେ ସୋନପୁର ମହାନଦୀ ପୋଲ ଉପରେ ମୃତ ଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵ ରେ ସହ ସହ ଯାନବାହାନ ଅଟକି ରହିଛି। ଏ ନେଇ ସୋନପୁର ପୋଲିସ ଅଧିକ ତଦନ୍ତ ଚାଲୁ କରିଥିବା ବେଳେ ସୋନପୁର ଉପ ଜିଲ୍ଲାପାଳ ଘଟଣା ସ୍ଥଳକୁ ପହଞ୍ଚି ରାସ୍ତାରୋକ କାରୀ ଙ୍କ ସହ ଆଲୋଚନା କରିଛନ୍ତି ଓ ୪୮ ଘଣ୍ଟା ମଧ୍ୟରେ ଆସାମୀ କୁ ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଦୀର୍ଘ ୩ ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିବା ନେଇ ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.