ଭିଜିଲାନ୍ସ ଜାଲରେ ବଡ଼ କର୍ଲାକୋଟ ଜିଆରଏସ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ କର୍ଲାକୋଟ ଗ୍ରାମ ପଞ୍ଚାୟତ ଗ୍ରାମ ରୋଜଗାର ସେବକ (ଜିଆରଏସ) ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ସୁଚନା ମିଳିଛି। ସୂଚନା ମୁତାବକ ଏମଜିଏନଆରଜିଏସରେ କାମ ଦେବାପାଇଁ ବାବୁଲି ହରିଜନଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜିଆରଏସ୍ ମାର୍ଗାରେଟ ପାଣିଗ୍ରାହୀ। ତା ୨୩/୧୧/୨୦୨୩ ରିଖ ଅପରାହ୍ନ ସମୟରେ ଜିଆରଏସଙ୍କ ଘରକୁ ଯାଇ ୧୫ ହଜାର ଟଙ୍କା ଲାଞ୍ଚ ଦେବା ସମୟରେ ଭିଜିଲାନ୍ସ ଟିମ୍ ମାଡି ବସିଥିବା ଜଣାପଡିଛି। ଜିଆରଏସ୍ ମାର୍ଗାରେଟ ପାଣିଗ୍ରାହୀଙ୍କ ଠାରୁ ୧୫ ହଜାର ଟଙ୍କା ସହିତ ତାଙ୍କୁ କାବୁ କରି ଗିରଫ କରି ଭବାନୀପାଟଣା ଭିଜିଲାନ୍ସ ଅଫିସ ନେଇଥିବା ଜଣାପଡିଛି। ଏ ନେଇ କୋରାପୁଟ ପି,ଏସ, କେସ୍ ନମ୍ବର ୩୬,୨୨/୧୧/୨୦୨୩ ୟୁ/ ଏସ୍ ୭ ପି,ସିଂ, Amendment Act 2018 ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.