ମଝି ଆକାଶରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା, ଦିଲ୍ଲୀରେ ଜରୁରୀ ଅବତରଣ କଲା ଲୁଫଥାନ୍ସା ବିମାନ

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna


Udyog Nursery
Udyogi Nursery

ନୂଆଦିଲ୍ଲୀ: ମଝି ଆକାଶରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ହେଲା କଳି। ବାଧ୍ୟହୋଇ ଜରୁରୀ ଅବତରଣ କରାଗଲା ବିମାନ। ଲୁଫଥାନ୍ସା ବିମାନ ସ୍ବିଜରଲାଣ୍ଡର ମ୍ୟୁନିଚ ସହରରୁ ଉଡାଣ ଆରମ୍ଭ କରିବା ବେଳେ ମଝି ଆକାଶରେ ହଠାତ୍ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଏହି ବିମାନ ବ୍ୟାଙ୍କକକୁ ଯାଉଥିଲା, କିନ୍ତୁ ସେମାନଙ୍କ କଳି ଯୋଗୁଁ ଏହାକୁ ଅବତରଣ ପାଇଁ ଦିଲ୍ଲୀକୁ ଫେରାଇ ଅଣାଯାଇଥିଲା।

ସୂଚନା ଅନୁସାରେ ବୁଧବାର ମ୍ୟୁନିଚରୁ ବ୍ୟାଙ୍କକକୁ ଯାଉଥିବା ଲୁଫଥାନ୍ସା ବିମାନ ଏଲଏଚ-୭୭୨ରେ ଏଭଳି ଘଟଣା ଘଟିଛି। ଏହି କାରଣରୁ ବିମାନକୁ ଡାଇଭର୍ଟ କରିବାକୁ କ୍ୟାବିନ କର୍ମଚାରୀମାନେ ନିଷ୍ପତ୍ତି ନେଇଥିଲେ। ସୁରକ୍ଷା ଅଧିକାରୀ କହିଛନ୍ତି ପ୍ରଥମେ ପତି-ପତ୍ନୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ପରେ ସେମାନେ ହାତାହାତି ହୋଇଥିଲେ। ଏହା ମଧ୍ୟ କୁହାଯାଇଛି ଯେ ପୁରୁଷ ଜଣକ ମଦ୍ୟପାନ କରିଥିଲେ।

ଝଗଡା ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ବିମାନଟି ପ୍ରଥମେ ପାକିସ୍ତାନ ବିମାନ ବନ୍ଦରରେ ଅବତରଣ କରିବାକୁ ଅନୁମତି ମାଗିଥିଲା, କିନ୍ତୁ କୌଣସି କାରଣରୁ ଅନୁମତି ଦିଆଯାଇ ନଥିଲା। ଏହା ପରେ ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିଥିଲା ଉକ୍ତ ବିମାନ। ଝଗଡା କରିଥିବା ପୁରୁଷ ଯାତ୍ରୀଙ୍କୁ ଅବତରଣ କରାଯାଇ ସୁରକ୍ଷା ଅଧିକାରୀଙ୍କୁ ହସ୍ତାନ୍ତର କରାଗଲା। ଲୁଫଥାନ୍ସା ଏୟାର ପକ୍ଷରୁ ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ବିବୃତ୍ତି ଦେଇନାହିଁ। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।



Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.