ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କୋଣାର୍କ ବେଳାଭୂମିରେ ଚାଲିଥିବା ଆନ୍ତର୍ଜାତିକ ମହୋତ୍ସବରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଡ଼ଙ୍ଗରମୁଣ୍ଡା ଗ୍ରାମର ଯୁବ ବାଲୁକା ଶିଳ୍ପୀ ଓମପ୍ରକାଶ ସାହୁ ଯୋଗଦେଇ ବାଲୁକାରେ ବିଭିନ୍ନ ପ୍ରତିକୃତି ନିର୍ମାଣ କରୁଛନ୍ତି। ମଙ୍ଗଳବାର ସେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ସହରର ଲୋକେ କିପରି ପ୍ରଦୂଷଣ ଜନିତ ଅସୁବିଧା ଭୋଗୁଛନ୍ତି ଓ ସହର ଛାଡି ଗାଁ ମୁହାଁ ହେଉଛନ୍ତି ତାହା ବାଲୁକା କଳାରେ ପ୍ରଦର୍ଶିତ କରିଛନ୍ତି। ଏଥିରେ ତାଙ୍କୁ ଅକ୍ଷୟ ରଣା, ରୋହନ କୁମାର ଗୋଛାୟତ ଓ ମଳୟ ରଞ୍ଜନ ମହାନ୍ତ ସହଯୋଗ କରୁଛନ୍ତି। ଆଜି ଜଳବାୟୁ ପରିବର୍ତ୍ତନ ବିଷୟ ବସ୍ତୁ ଥିଲା। ଏହି ମହୋତ୍ସବରେ ୭ ଟି ଦେଶର ବାଲୁକା ଶିଳ୍ପୀ ମାନେ ଭାଗ ନେଇଛନ୍ତି।






