ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର ପକ୍ଷରୁ ଇଛାପଡ଼ା ପ୍ରହରୀ ମଣ୍ଡପ ଠାରେ ସ୍ଥାନୀୟ ଯୁବ ସ୍ବେଛାସେବୀ ମାନଙ୍କ ସହାୟତା ରେ ଏକ ଅଣ ସଂକ୍ରମଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିର ରେ ସର୍ବମୋଟ ଏକଶହ ସତୁରି (୧୭୦) ରୁ ଉର୍ଦ୍ଧ ବିଭିନ୍ନ ବର୍ଗର ରୋଗୀ ଯଥା ଉଚ୍ଚ ରକ୍ତ ଚାପ, ମଧୁମେହ, କେନସର, ଥାଇରଡ଼ ଜନିତ ରୋଗ ର ଚିକିତ୍ସା ଓ ପରାମର୍ଶ ଇତ୍ୟାଦି ର ସୁବିଧା ପାଇପାରିଥିଲେ l ରୋଗୀ ମାନେ ନିଜକୁ ଚିକିତ୍ସା ତଥା ସ୍ୱାସ୍ଥ୍ୟ ପରୀକ୍ଷା କରାଇ ଏଭଳି ସ୍ୱାସ୍ଥ୍ୟ ଶିବିର ଆହୁରି ଅନେକ କରିବାପାଇଁ ବଲାଙ୍ଗିର ମୁଖ୍ୟ ଚିକିତ୍ସାଧିକାରୀ କୁ ଅନୁରୋଧ କରିଥିଲେ।ଏହି ସ୍ୱାସ୍ଥ୍ୟ ଶିବିରରେ ବଲାଙ୍ଗିର ଦାଇତ୍ୱରେ ଥିବା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ଦିବ୍ୟକିଶୋର ପତି, ଜାତୀୟ ସ୍ୱାସ୍ଥ୍ୟ ମିଶନ ଅତିରିକ୍ତ ମ୍ୟlନେଜର (APM) ଶ୍ରୀ ରାମାନୁଜ ପଣ୍ଡା, ନେସନାଲ ପିସ ୟୁନିସନ ତଥା ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ଦେଶକ ଓ ଚେୟାରମ୍ୟାନ ଶ୍ରୀ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ, ଡ଼ା ଅଙ୍କିତ ପଣ୍ଡା, ଡ଼ା ସୁଦାମ ମେହେର ଏହି ଶିବିରକୁ ଏକ ସଫଳ ଚିକିତ୍ସା ଶିବିର ସହ ସ୍ୱାସ୍ଥ୍ୟ ହିଁ ସମ୍ପଦ ବୋଲି ମତ ପ୍ରକାଶ ପାଇବା ସହ ଏହି ବିଷୟ ବସ୍ତୁ ଉପରେ ଅତିଥି ମାନେ ଉଦବୋଧନ ଦେଇଥିଲେ।ଉପରୋକ୍ତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ତରଫ ରୁ ଶ୍ରୀମତୀ ସୂର୍ଯ୍ୟଶ୍ମି ହୋତା, ରୋନି ବଗର୍ତି, ରୋଜାଲିନ ହୋତା, ମାମି ସିଂଦେଓ, ଅନିତା ପଧାନ (ଏ.ନ.ଏମ ) ଜାହ୍ନବୀ ଦେବତା, ମୁକ୍ତା ଠାକୁର, ବେବିତା ସେଟ, ବାସନ୍ତୀ ମିଶ୍ର (ଆଶା ଦିଦି ଗଣ ), ବିରୁପାକ୍ଷ ଥନାପତି, ବିପିନ ବିହାରୀ ସେଟ, ଅଞ୍ଜଳି ନାଗ, ନିକୁଞ୍ଜ ପଟେଲ ଇତ୍ୟାଦି ସଭ୍ୟ ସଭ୍ୟା ଯୋଗଦାନ କରି ସ୍ୱାସ୍ଥ୍ୟ ଶିବିର କୁ ପରିଚାଳନା କରାଇଥିବା ବେଳେ ଇଛା ପଡ଼ା ପ୍ରହରୀ ମଣ୍ଡପ ସଭ୍ୟଗଣ ଯଥା ଗଙ୍ଗାଧର ମାଝୀ, ରାଧେଶ୍ୟାମ ବିଶି, ଶ୍ରୀ ଚମ୍ପେ ଦୋରା, ଦେବାଶିଷ ଲେଙ୍କା ଇତ୍ୟାଦି ଏହି ଶିବିର କୁ ସମ୍ପୂର୍ଣ ସହଯୋଗ କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଦାଇତ୍ୱ ରେ ଥିବା ବଲାଙ୍ଗିର ଜିଲ୍ଲା ଚିକିତ୍ସାଧିକାରୀ ଡ଼ା ଦିବ୍ୟକିଶୋର ପତି ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା।