ମୋଟିଭେସନାଲ୍ ସ୍ପିକର୍ ବିବେକ ବିନ୍ଦ୍ରାଙ୍କ ବିରୁଦ୍ଧରେ ପତ୍ନୀ-ନିର୍ଯାତନା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମୋଟିଭେସନାଲ୍ ସ୍ପିକର୍ ବିବେକ ବିନ୍ଦ୍ରାଙ୍କ ବିରୋଧରେ ପତ୍ନୀ ୟାନିକାଙ୍କୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁଯାୟୀ, ୟାନିକା ଓ ବିବେକ ବିନ୍ଦ୍ରାଙ୍କ ବିବାହର ପରଦିନ ଅର୍ଥାତ୍ ଡିସେମ୍ବର ୭ ତାରିଖରେ ଏହି ଘଟଣା ଘଟିଥିଲା। ବିବେକ ଓ ତାଙ୍କ ମା’ଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଥିବା ବେଳେ ୟାନିକା ଏଥିରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ବିବେକ ବିନ୍ଦ୍ରା ତାଙ୍କୁ ମାରପିଟ୍ କରିବାରୁ ତାଙ୍କ କାନ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଅଭିଯୋଗ ହୋଇଛି। ଆହତ ୟାନିକା ଏବେ ଚିକିତ୍ସିତ ହେଉଛନ୍ତି। ପୁଲିସ ବିବେକ ବିନ୍ଦ୍ରାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରି ଘଟଣାର ତଦନ୍ତ କରୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.