କଳାହାଣ୍ଡି ସାମ୍ବାଦିକ ୟୁନିୟନର ବନ୍ଧୁ ମିଳନ କାର୍ଯ୍ୟକ୍ରମ

ହାସ୍ୟରସରେ ମୁଖରିତ ହେଲା ପରିବେଶ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ସାମ୍ବାଦିକ ୟୁନିଅନ (କେଡିୟୁଜେ)ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଭବାନୀପାଟଣା ଜସପାଳ ସିଂ ଫାର୍ମ ହାଉସ ଠାରେ ଓୟୁଜେ ରାଜ୍ୟ ସାଧାରଣ ସମ୍ପାଦକ କମ୍ନୁପାଣି ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ଏକ ଔପଚାରିକ ସାଧାରଣ ସଭା ଅନୁଷ୍ଠିତ ହୋଇ ଜିଲ୍ଲା ସଭାପତିରୁ ନିକଟରେ ରାଜ୍ୟ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିବା କମ୍ବୁପାଣି ମିଶ୍ରଙ୍କୁ ଜିଲ୍ଲା ୟୁନିଅନ, ୟୁନିୟନର ନର୍ଲା ଶାଖା ତରଫରୁ ଅଭିରାମ ନନ୍ଦ, ଲିଙ୍ଗରାଜ ମିଶ୍ର, ରଞ୍ଜନ ମହାନ୍ତି ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ବରିଷ୍ଠ ସମାଜସେବୀ, ବିଜେଡ଼ିର ପୁର୍ବତନ ଜିଲ୍ଲା ସଭାପତି ଓ ଜିଲ୍ଲା ସିଟିଜେନ ଫୋରମର ଉଦ୍ୟୋକ୍ତା ଜଗଦିଶ ସିଂଙ୍କ ପ୍ରତିମୂର୍ତ୍ତିରେ ୟୁନିଅନ ତରଫରୁ ପୁଷ୍ପାଞ୍ଜଳି ପ୍ରଦାନ କରଯାଇଥିଲା। ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ)ର ରାଜ୍ୟ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକରୀ ସଭାପତି ବିରଞ୍ଚି ନାରାୟଣ ଜାଲ, ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂଦେଓ, ସଂଗଠନ ସମ୍ପାଦକ ଅଂଶୁମାନ ପାତ୍ର, ରାଜ୍ୟ ସଂଗଠନ ସମ୍ପାଦକ ଇଙ୍ଗିତ ପଣ୍ଡା, ଜିଲ୍ଲା ଉପସଭାପତି ଲିଙ୍ଗରାଜ ମିଶ୍ରଙ୍କ ସମେତ ରଞ୍ଜନ ମହାନ୍ତି, ଅଭିରାମ ନନ୍ଦ, ହେମନ୍ତ ସାହୁ, ବିକାଶ ଷଡ଼ଙ୍ଗୀ, ଖଗେଶ୍ବର ଧଙ୍ଗଡାମାଝୀ, ଲକ୍ଷ୍ମୀକାନ୍ତ ବାଗ, କୈଳାସ ସାହୁ, ସୁଶିଲ ବାଗ, ହିମାଂଶୁ ବରାଡ, ମନମୋହନ ନାଏକ, ରାଜକୁମାର ସିଂଦେଓ, ସନ୍ତୋଷ ସିଂ ଦେଓ, ସନତ କୁମାର, ଭଜରାମ ସାହୁ, ଭଦ୍ରାଞ୍ଚଳ ନାଏକ, ଡବ୍ଲୁ ଅଗସ୍ତି, ତ୍ରଲୋକ୍ୟ ବେସରା, କିଶୋର ନାଏକ ପ୍ରମୁଖଙ୍କ ସମେତ ୭୫ରୁ ଉର୍ଦ୍ଧ୍ବ ସଦସ୍ୟଙ୍କ ସମାଗମ ହୋଇଥିଲା। ସାମ୍ବାଦିକ ୟୁନିୟନର ବନ୍ଧୁ ମିଳନ କାର୍ଯ୍ୟକ୍ରମ ହାସ୍ୟରସ ମଧ୍ୟରେ ଏକ ମନୋରମ ପରିବେଶ ରେ ଅନୁଷ୍ଠିତ ହୋଇଥିଲା। ଭୂରି ଭୋଜନ ପରେ ରାଜ୍ୟ ସାଧାରଣ ସମ୍ପାଦକଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ମଞ୍ଚରେ ମନଖୋଲି ନାଚିଥିଲେ। ସାମ୍ବାଦିକ ଏକତା ଜିନ୍ଦାବାଦ ନାରାରେ ଫାଟି ପଡ଼ିଥିଲା ବନ୍ଧୁମିଳନ ସ୍ଥଳ। ଶେଷରେ କାର୍ଯ୍ୟକାରୀ ସଭାପତି ଶ୍ରୀ ଜାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.