ମା ସାରଦା ଦେବୀଙ୍କ ୧୭୧ତମ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମର ସଂପାଦକ ସ୍ଵାମୀ ଅଶୋକାନନ୍ଦ ମହାରାଜାଙ୍କ ପୌରହିତ୍ୟରେ ମା ସାରଦା ଦେବୀଙ୍କ ୧୭୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା। ସଭା ଆରମ୍ଭରେ ଆଶ୍ରମର ସାଧୁମାନଙ୍କ ଦ୍ଵାରା ବୈଦିକ ମନ୍ତ୍ର ଉଚ୍ଚାରଣ ଓ ପରେ ଆଶ୍ରମ ଛାତ୍ରମାନଙ୍କ ଦ୍ବାରା ଘୁମୁରା ନୃତ୍ୟ ପରିବେଷଣ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରତାପ ଚନ୍ଦ୍ର ସାହୁ, ସମ୍ମାନୀତ ଅତିଥି ଭାବେ ବିବେକାନନ୍ଦ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ସୁରେନ୍ଦ୍ର ମହାଖୁଡ, ମୁଖ୍ୟ ବକ୍ତା ଭାବେ ସୁଶ୍ରୀ ସରସ୍ଵତୀ ମିଶ୍ର ଯୋଗ ଦେଇ ମା ସାରଦା ଦେବୀଙ୍କ ଜୀବନୀ ଉପରେ ଆଲୋଚନା କରିବା ସହ ସାରଦାଙ୍କ ଜୀବନଚର୍ଯ୍ୟା କିପରି ନାରୀ ସମାଜ ଉପଯୁକ୍ତ ପ୍ରଭାବ ପକାଇଥିଲା ସେ ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଵାମୀ ଧିରେଶାନନ୍ଦ, ସ୍ଵାମୀ ବିରେଶାନନ୍ଦ, ସ୍ଵାମୀ ଶୁକଦେବାନନ୍ଦ ପ୍ରମୁଖ ଉପସ୍ଥିତ ଥିବା ବେଳେ ଆଶ୍ରମର ବଟ କିଶୋର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଉମାକାନ୍ତ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.