ଜାତୀୟ ନ୍ୟାୟିକ ବିଶ୍ୱବିଦ୍ୟାଳୟ ଉପଭୋକ୍ତା ମୀମାଂସା ତାଲିମରେ ଜ୍ୟୋସ୍ନା ମିଶ୍ରଙ୍କ ପ୍ରତିନିଧିତ୍ବ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ପ୍ରମୋଦ ସେଲମା): ବଲାଙ୍ଗିର ଜିଲ୍ଲା ଖାଉଟି ମୀମାଂସା ଅଦାଲତ ର ପ୍ୟାନେଲ ସଦସ୍ୟା ଶ୍ରୀମତୀ ଜ୍ୟୋସ୍ନା ମିଶ୍ର, ସଭାପତି ରବୀନ୍ଦ୍ର ତ୍ରିପାଠୀ ଓଡିଶା ରାଜ୍ୟ ଜାତୀୟ ନ୍ୟାୟିକ ବିଶ୍ୱବିଦ୍ୟାଳୟ, କଟକ ଠାରେ ଅନୁଷ୍ଠିତ ତିନିଦିନ ଦକ୍ଷତାବୃଦ୍ଧି ତାଲିମ ପାଇଁ ବଲାଙ୍ଗିର ଜିଲ୍ଲାରୁ ପ୍ରତିନିଧିତ୍ବ କରିଥଲେ।ବଲାଙ୍ଗିର ଜିଲ୍ଲା ଖାଉଟି ମୀମାଂସା ର ବିଗତ ଦିନର ସବିଶେଷ ଉନ୍ନତିକରଣ, ଉପଭୋକ୍ତା ମୀମାଂସା ର ନ୍ୟାୟିକ ସମାଧାନ ସମ୍ବନ୍ଧରେ ବିସ୍ତୃତ ରିପୋର୍ଟ ବର୍ଣନା କରିବା, ଖାଉଟି ଙ୍କ ସମସ୍ୟା ଜନିତ ନ୍ୟାୟିକ ବିଚାରର ନୂଆ ଧାରା ଅବଲମ୍ବନ କରିବା, ଆଧୁନିକ ପ୍ରଣାଳୀ ରେ ଭରଚୁଏଲ ମୋଡ଼ରେ ନ୍ୟାୟିକ ବ୍ୟବସ୍ଥା, ମିଡ଼ିଏସନ ସେଲ ର ସୁବ୍ୟବସ୍ଥା ଇତ୍ୟାଦି ଉପରେ ଆଲୋଚନା କରି, ବଲାଙ୍ଗିର ଜିଲ୍ଲାର ପ୍ରମୁଖ ଖାଉଟି ମୀମାଂସା ର ନ୍ୟାୟିକ ସମସ୍ୟା ଉପରେ ଶ୍ରୀମତୀ ମିଶ୍ର ଗୁରୁତ୍ୱରୋପ କରିଥିଲେ। ଓଡିଶା ରାଜ୍ୟ କଟକ ର ଜାତୀୟ ନ୍ୟାୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବେଦ କୁମାରୀ. (କଟକ) ଏହି ତାଲିମକୁ ଉଦଘାଟନ କରି ଥିବାବେଳେ ସବିଶେଷ ଆମନ୍ତ୍ରିତ ଅତିଥି ଗଣ ଯଥା ପ୍ରଫେସର କମଲଜିତ ସିଂ କୁଳପତି (ରାଜ୍ୟ ମଧୁସୂଦନ ନ୍ୟାୟିକ ବିଶ୍ୱ ବିଦ୍ୟାଳୟ), ଶ୍ରୀ ଦିଲୀପ କୁମାର ମହାପାତ୍ର (ସଭାପତି ରାଜ୍ୟ ଉପଭୋକ୍ତା ମୀମାଂସା ଆୟୋଗ ) ଡା. ମାୟଙ୍କ ତିୱାରୀ ପ୍ରଫେସର ନ୍ୟାୟିକ ବିଶ୍ୱ ବିଦ୍ୟାଳୟ) ଡ଼. ସୁଦତ୍ତ ବାରିକ (ପ୍ରଫେସର ନ୍ୟାୟିକ ବିଶ୍ୱ ବିଦ୍ୟାଳୟ କଟକ ) ଶ୍ରୀ ଯେ. ପି. ସିଂ ସିନିୟର ଓକିଲ ଉଚ୍ଚ ଅଦାଲତ (କଟକ) ଶ୍ରୀ ଅଶୋକ କୁମାର ରାଜସ୍ଥାନ (ଉଚ୍ଚ ନ୍ୟାୟିକ ବିଶ୍ୱ ବିଦ୍ୟାଳୟ ) ଜଷ୍ଟିସ ଗୌତମ ଚୌରାଦିଆ ( ସଭାପତି ଛତିଶଗଡ ରାଜ୍ୟ ଉପଭୋକ୍ତା ମୀମାଂସା ଆୟୋଗ) ଜଷ୍ଟିସ ଅମରେଶ୍ୱର ପ୍ରତାପ ସାହି ( ଜାତୀୟ ଉପଭୋକ୍ତା ମୀମାଂସା ଆୟୋଗ- ଓଡିଶା) ଯୋଗଦାନ କରିଥିବା ବେଳେ ତାଲିମ ର ତୃତୀୟ ଦିବସରେ ଜାତୀୟ ରାଜ୍ୟ ନ୍ୟାୟିକ ବିଶ୍ୱ ବିଦ୍ୟାଳୟ ର କୁଳପତି ବେଦ କୁମାରୀ ଓଡିଶା ରାଜ୍ୟ ର ପ୍ରତ୍ୟେକ ଜିଲ୍ଲା ରୁ ତାଲିମ ନେଇଥିବା ସଭ୍ୟ, ସଭ୍ୟା ଙ୍କୁ ସମ୍ମାନିତ କରି ଶିବିର କୁ ଅନୁଷ୍ଠାନିକ ଭାବେ ସମାପନ ଘୋଷଣା କରାଇ ସମ୍ମାନପତ୍ର ପ୍ରଦାନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.