ବରଗଡ଼ ଜିଲ୍ଲାର କନାପାଲି ଗ୍ରାମଠାରେ ପ୍ରଥମ ମାଣ୍ଡିଆ ମଣ୍ଡି ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ ବରଗଡ: ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଜରିଆରେ କାର୍ଯ୍ୟକାରୀ ହେଉଥିବା “ଓଡିଶା ମିଲେଟ୍ସ୍ ମିଶନ” ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ସଂପ୍ରତି ବରଗଡ ଜିଲ୍ଲାର ସୋହେଲା ବ୍ଲକରେ ଇତି ମଧ୍ୟରେ ଦ୍ୱିତୀୟ ବର୍ଷ ର ପ୍ରଥମ ମାଣ୍ଡିଆ ମଣ୍ଡି ଉଦ୍ଘାଟିତ ହୋଇଯାଇଛି । ଆତ୍ମା ବରଗଡ, ଓଡିଶା ମିଲେଟ୍ସ୍ ମିଶନ ଓ୍ବାସନ୍ ର ମିଳିତ ସହାୟତା ତଥା ସ୍ବେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଚିରସବୁଜ କୃଷକ ଉତ୍ପାଦକ କମ୍ପାନୀ ଲିଃ ମାଣ୍ଡିଆ ମଣ୍ଡି ପରିଚାଳନା ଦାୟୀତ୍ବ ବହନ କରିଛି । ଖରିଫ ୨୦୨୩-୨୪ ବର୍ଷ ପାଇଁ ବ୍ଲକର ୨୨ ଗୋଟି ଗ୍ରାମ ପଞ୍ଚାୟତର ୬୩ ଗୋଟି ଗ୍ରାମର ୧୦୨୪ ଜଣ ଚାଷୀଙ୍କ ଠାରୁ ମାଣ୍ଡିଆ କ୍ରୟକରି ଟି ଡି ସି ସି ଜରିଆରେ ଓଡିଶା ସରକାରଙ୍କୁ ପ୍ରଦାନ କରିବାକୁ ଏହି କମ୍ପାନୀର କାର୍ଯ୍ୟକ୍ରମ ରହିଛି । ମାଣ୍ଡିଆ ଚାଷ ପାଇଁ ଚାଷୀଙ୍କ ଦ୍ବାରା ଦେଶରେ ଏବଂ କୃଷି କ୍ଷେତ୍ରରେ ଉପଯୁକ୍ତ ଜ୍ଞାନ କୌଶଳ ପ୍ରଦାନ, ସରକାରୀ ପ୍ରୋତ୍ସାହନ ରାଶିର ସୁବ୍ୟବସ୍ଥା, ସହଜ ମାର୍କେଟିଂ ବ୍ୟବସ୍ଥା ତଥା ପରିବେଶ ସହନଶୀଳତା କାରଣରୁ ସୋହେଲା ବ୍ଲକରେ ଏହି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବେଶ୍ ବଢିବାରେ ଲାଗିଛି । ଖରିଫ ୨୦୨୩-୨୪ ବର୍ଷରେ ୧୦୨୪ ଜଣ ଚାଷୀ ୫୩୮.୪ ହେକ୍ଟର ଚାଷଜମିରେ ମାଣ୍ଡିଆ ଚାଷ ହୋଇଛି l ଚାଷୀଙ୍କର ଉତ୍ପାଦିତ ମାଣ୍ଡିଆର ସଠିକ୍ ବିକ୍ରୟ ପାଇଁ ବ୍ଲକର ୩ ଗୋଟି ସ୍ଥାନ- ଟୁଙ୍ଗି ବନ୍ଧଲୀ ଗ୍ରାମପଞ୍ଚାୟତର ମରେକେଲ, କନାପାଲି ଗ୍ରାମ ପଞ୍ଚାୟତ ର କନାପାଲି ଓ ସରକଣ୍ଡା ଗ୍ରାମପଞ୍ଚାୟତର ଜାମଛପର ଠାରେ ମାଣ୍ଡିଆ ସଂଗ୍ରହ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ସରକାର ଚଳିତ ବର୍ଷ ଏଫ୍ ପି ଓ ମାନର ମାଣ୍ଡିଆ ଦର କ୍ବିଣ୍ଟାଲ ପ୍ରତି ଟ. ୩୮୪୬/- ଧାର୍ଯ୍ୟ କରିଛନ୍ତି, ଯାହାକି ବିକ୍ରୟ କରିବାର ୭୨ ଘଣ୍ଟା ମଧ୍ୟରେ ଚାଷୀର ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଥାଏ। ବରଗଡ ଜିଲ୍ଲା ସୋହେଲା ବ୍ଳକ ଅନ୍ତର୍ଗତ କନାପାଲି ଗ୍ରାମରେ ମାଣ୍ଡିଆ ମଣ୍ଡି ଉଦ୍ଘାଟନ ଅବସରରେ ମୁଖ୍ୟ ଅତିଥି ଭାବେ ସୋହେଲା ବ୍ଳକର ପୂର୍ବତନ ଅଧ୍ୟକ୍ଷ ସୁବ୍ରତ ବେହେରା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ମିଲେଟ୍ସ୍ ମିଶନ ସୋହେଲା ବ୍ଳକ କୃଷି ଅଧିକାରୀ ରୀତାଞ୍ଜଳି ବିଶି, ସହ କୃଷି ଅଧିକାରୀ ଅଭିଶେକ ଅଗ୍ରୱାଲ , ମହାଶକ୍ତି ଫାଉଣ୍ଡେସନ ର ସଂପାଦିକା ରୋଜାଲିନ ଭୂୟାଁ ମାଡ଼ମ, ବ୍ଳକର ଉପାଧ୍ୟକ୍ଷ ଦିବ୍ୟ କିଶୋର ପଧାନ, ଷୋହେଲା ଏଫ୍ ପି ଓ ଏବଂ ଚିରସବୁଜ ପ୍ରୋଡ୍ୟୁସର କମ୍ପାନୀର ସି ଇ ଓ ଏବଂ ସୋହେଲା ଏଫ୍ ପି ଓ ର ଏମ ଡି ମମତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ୧୦୦ ଜଣ ମାଣ୍ଡିଆ ଚାଷି ଉପସ୍ଥିତ ଥିଲେ । ଇତ୍ୟବସରରେ ୧୬ ଜଣ ଚାଷୀଙ୍କ ଠାରୁ ୫୦ କ୍ବିଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ବ୍ଲକ ସଂଯୋଜକ ଗୌର ଚନ୍ଦ୍ର ରଣା ପରିଚାଳନା କରିଥିବା ବେଳେ, ସଂପାଦିକ ରୋଜାଲିନ ଭୁୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.