ଅଧ୍ୟାପକମାନଙ୍କ ବୈଠକ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗୋପାଳପୁର ସ୍ଥିତ ପାମ୍ ରିଗାଲ ରିସୋର୍ଟଠାରେ ଆଜି ଓଡିଶା ଏସ୍ ଏସ୍ ବି ଆଧ୍ୟାପକ ଅଧ୍ୟାପିକା ସଂଘର ଗଞ୍ଜାମ ଶାଖା ଦ୍ୱାରା ଆୟୋଜିତ ମହାବିଦ୍ୟାଳୟ ସ୍ତରୀୟ ପ୍ରତିନିଧି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ରହ୍ମପୂର ବିଧାୟକ ଶ୍ରୀ ବିକ୍ରମ ପଣ୍ଡା ମୂଖ୍ୟ ଅତିଥି ରୂପେ ଯୋଗ ଦେଇ ଏସ୍ ଏସ୍ ବି ଆଧ୍ୟାପକ ମାନଙ୍କ ଗ୍ରେଡ୍ ପେ ସଂଶୋଧନ ଜନୀତ ପ୍ରସଙ୍ଗକୁ ସରକାରଙ୍କ ନିକଟରେ ଉପସ୍ଥାପନା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍ ଏସ୍ ବି) ଦ୍ୱାରା ୧୯୮୯ ମସିହାରେ ରାଜ୍ୟର ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ସରକାରୀ ମହାବିଦ୍ୟାଳୟ ଗୁଡିକରେ ଆଧ୍ୟାପକମାନଙ୍କୁ ୨୨୦୦ ରୁ ୪୦୦୦ ସ୍କେଲ୍‌ରେ ନିଯୁକ୍ତି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ୨୦୦୮ ମସିହାରେ ଷଷ୍ଠ ବେତନ କମିଶନ୍ ବା ORSP Rule ୨୦୦୮ ଅନୂସାରେ ଉକ୍ତ ସ୍କେଲକୁ ୧୫୬୦୦ ରୁ ୩୯୧୦୦ ସହ ଗ୍ରେଡ୍ ପ୍ ୫୪୦୦କୁ ଉନ୍ନୀତ ହୋଇଥିଲେ ମଧ୍ୟ ୨୦୧୬ ମସିହାରେ ଏସ୍ ଏସ୍ ବି ଆଧ୍ୟାପକ ମାନଙ୍କୁ ସରକାର ୪୬୦୦ ଗ୍ରେଡ୍ ପେରେ ନିଯୁକ୍ତି ଦେଇଥିଲେ। ବିଡମ୍ବନାର ବିଷୟ ଏହାଯେ ନିକଟରେ ୨୦୨୩-୨୪ ଶିକ୍ଷାବର୍ଷରେ ସରକାର ୪୬୦୦ ଗ୍ରେଡ୍ ପେ ରେ ବା ସପ୍ତମ ବେତନ କମିଶନ ଅନୂଯାୟୀ ଲେଭଲ୍ ୧୦ରେ ପି ଜି ଟି ବା ସ୍ନାତକତ୍ତୋର ଶିକ୍ଷକ ମାନଙ୍କୁ +୨ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦାନ ସକାଶେ ସେହି ସମାନ ସ୍କେଲ୍‌ରେ ନିଯୁକ୍ତି ଦେଇଛନ୍ତି। ଯାହା ଏସ୍ ଏସ୍ ବି ଆଧ୍ୟାପକ ଓ ଅଧ୍ୟାପିକା ମାନଙ୍କର ଆତ୍ମସମ୍ମାନକୁ କ୍ଷୁର୍ଣ୍ଣ କରିଛି୤ ଏସ୍ ଏସ୍ ବି ଆଧ୍ୟାପକ ଓ ଅଧ୍ୟାପିକାମାନେ +୩ ବା ସ୍ନାତକ ଓ ତତ୍ତୁର୍ଦ୍ଧ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ସକାଶେ ନିଯୁକ୍ତି ପାଇଥିଲେ ମଧ୍ୟ ସେମାନଙ୍କୁ ୪୬୦୦ ଗ୍ରେଡ୍ ପେ ବା ଲେଭଲ୍ ୧୦ରେ ଅବସ୍ଥାପିତ କରିବା ଏକ ସରକାରୀ ତୃଟି ଅଟେ ଯାହାର ସଂଶୋଧନ ଅପରିହାର୍ଯ୍ୟ ବୋଲି ସଂଘ ଦାବୀ କରିଛି। ସରକାର ଯଦି ଏହି ତୃଟିର ସଂଶୋଧନ ନ କରନ୍ତି ତେବେ ରାଜ୍ୟର ସମସ୍ତ ଏସ୍ ଏସ୍ ବି ଆଧ୍ୟାପକ ଓ ଅଧ୍ୟାପିକା ଆଗାମୀ +୨ ପରୀକ୍ଷାକୁ ବର୍ଜ୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହି ସଭାରେ ଓଡିଶା ଏସ୍ ଏସ୍ ବି ଆଧ୍ୟାପକ ସଂଘର ଗଞ୍ଜାମ ଶାଖାର ସଭାପତି ଡ. ବାଲା ଶିବାଜୀ ପାତ୍ର, ସଂପାଦକ ଶ୍ରୀ ଆତ୍ମପ୍ରକାଶ ନାୟକ, କୋର୍ କମିଟି ସଦସ୍ୟ ଓ ସଦସ୍ୟା ଡ. ସୁଜାତା ସାମନ୍ତରାୟ, ଡ. ସୁଶାନ୍ତ କୁମାର ସେଠୀ, ଶ୍ରୀ ସମୀର କୁମାର ମିଶ୍ର, ଡ. କବିନ୍ଦ୍ର ସେଠୀ, କୋଷାଧକ୍ଷ ଡ. ରଞ୍ଜୁକ୍ତା ପାଣୀଗ୍ରାହୀ ଓ ୨୬ ଗୋଟି ମହାବ୍ଦ୍ୟାଳୟର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.