ସାରାବଙ୍ଗ ଓ ବୁଢ଼ୀପାଲି ଠାରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ବ୍ଲକ ସାରାବଙ୍ଗ ଏବଂ ବୁଢୀପାଲି ପଂଚାୟତରେ ଆମ ଓଡିଶା ନବୀନ ଓଡିଶାର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୂଆପଡା ବିଡ଼ିଓ ବିପିନ ବିହାରୀ ଦୀପଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଓଡିଶା ସରକାରଙ୍କ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ ଓଡିଶା ନବୀନ ଓଡିଶା ସଚେତନତା ରଥକୁ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି। ବିଶିଷ୍ଠ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଉମା ଠାକୁର, ନୂଆପଡା ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁ, ଉପାଧକ୍ଷ ଦିଲୀପ ନିର୍ମଲକର, ସାରାବଙ୍ଗ ସରପଞ୍ଚ ରଥ ବାଇ ପଟେଲ, ସମିତି ସଭ୍ୟା ଜାଗୃତି ସାହୁ, ଆମାନାରା ସମିତି ସଭ୍ୟା ନୂତନ ନାୟକ, ସମ୍ମିଳନୀ ଅତିଥି ଭାବେ ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରାମଲାଲ ହଂସ, ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ବିଜେଡି ନୂଆପଡା ବ୍ଲଜ ସଭାପତି ରମାକାନ୍ତ ଠାକୁର, ଯୁବ ଆଇନଜୀବୀ ଧନୀରାମ ସାହୁ, ଜିଲ୍ଲା ସମ୍ପାଦକ ରବି ବାଗ, ବିଲାଲ ଖାନ, କମଲ ଠାକୁର, ଗୋପାଳ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବୁଢୀପାଲି ଠାରେ ମଧ୍ୟ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପିଇଓ ବାଲକ ରାମ ମାଝୀଙ୍କ ଅଧକ୍ଷତାରେ ଆୟୋଜିତ ଏହି ସଭାରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବୁଢୀପାଲି ସରପଞ୍ଚ ବୋଧଙ୍କର ସାହୁ, ସମିତି ସଭ୍ୟା କୁନ୍ତୀ ବାଇ ସାହୁ, ବିଶିଷ୍ଠ ବ୍ୟକ୍ତି ଭୀମସେନ ସାହୁ, ୱାର୍ଡ ମେମ୍ବର ପବନ ପଟେଲ, ଚୁମନ ସାହୁ ଓ ସୁଜାତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ନିଜର ପଂଚାୟତରେ ହୋଇଥିବା ବିକାଶଧାର ବିଷୟରେ ଲୋକଙ୍କୁ ସଚେତନତା କରାଇବା ହିଁ ଏହି କାର୍ଯ୍ୟକ୍ରମର ମୂଳ ଉଦେଶ୍ୟ। ସାମାଜିକ ବିକାଶକୁ ଗୁରୁତ୍ୱ ଦେଉଥିବାରୁ ଲୋକଙ୍କ ସମସ୍ୟାର ସମାଧାନ ହେବା ସମ୍ପୂର୍ଣ ଭାବେ ସମ୍ଭବ ବୋଲି ଅତିଥିଗଣ ମତ ପ୍ରକାଶ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.