ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳତା ନେଇ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ପ୍ରଶାସନ ପକ୍ଷରୁ ମ.ରାମପୁର ଦୁର୍ଗା ମାଧବ ହାଇସ୍କୁଲ ଖେଳ ପଡିଆ ଠାରେ ଆମ ଓଡିଶା ନବୀନ ଓଡିଶା ମ.ରାମପୁର ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମ,ରାମପୁର ସରପଞ୍ଚ ବୀଣାପାଣି ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ସୁଜିତ କୁମାର, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ,ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟ ନର୍ଲା ,ହରି ଶଙ୍କର ମାଝୀ, ବ୍ଳକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରା, ସମାଜସେବୀ ଗୋବିନ୍ଦ ପ୍ରସାଦ ଶତପଥୀ, ରାଜ୍ୟ ସରପଞ୍ଚ ମହାସଂଘ ସଭାପତି ରୋମାଞ୍ଚ ସାହୁ, କଳାହାଣ୍ଡି ଜିଲ୍ଲା ସରପଞ୍ଚ ସଂଘ ସଭାପତି ସୁବୋଧ ରଣା, ସମିତି ସଭ୍ୟା ପ୍ରତିମା ମାଝୀ, ନାଏବ ସରପଞ୍ଚ ପ୍ରଶାନ୍ତ ମହାରଣା, ପଞ୍ଚାୟତ ନିର୍ବାହୀ ଅଧିକାରୀ ହେମାନନ୍ଦ ନାଏକ, ଯୋଗ ଦେଇ ରାଜ୍ୟ ସରକାର ଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଏବଂ ଆବଶ୍ୟକକୁ ଭିତି କରି ନିର୍ମାଣ ହୋଇଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପର କାର୍ଯ୍ୟର ବିକାଶ ନେଇ ଲୋକଙ୍କୁ ସଭା ମାଧ୍ୟମରେ ସଚେତନ କରାଯାଇଛି। ପରେ ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ସାମ୍ବାଦିକ ହେମନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୁବ ନେତା ବିକାଶ ରଞ୍ଜନ ସିଂହଦେଓ, ସତ୍ୟ ନାରାୟଣ ସାହୁ, ପ୍ରଦୀପ ପାଣିଗ୍ରାହୀ, ଭବାନୀ ଶଙ୍କର ସାହୁ, ସମେତ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜିଆରଏସ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.