ଜିଲାସ୍ତରିୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରଷ୍କାର ପ୍ରଦାନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ସ୍ଥିତ ପୁଲିସ ପଡିଆଠାରେ ଅୟୋଜିତ ଏକ ସତନ୍ତ୍ର ଉତ୍ସବରେ ଆଜି ନୂଆପଡା ଜିଲ୍ଲା ସ୍ତରିୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି I ମୋଟ ୮ ଟି ବିଭାଗର ବିଭିନ୍ନ ବିଦ୍ୟାଳୟ ଶିକ୍ଷକ, ଛାତ୍ରଛାତ୍ରୀ ମାନଙ୍କୁ ଏହି ପୁସ୍କାର ପ୍ରଦାନ କରାଯାଇଥିଲା । ଆଜି ପୂର୍ବାହ୍ନରେ ଜିଲ୍ଲା ଶିକ୍ଷାଅଧିକାରୀ କରୁଣାକର ହୁଏଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ ଅତିଥି ରୁପେ ଅତିରିକ୍ତ ଜିଲାପାଳ ଭିମସେନ ଶବର ଯୋଗ ଦେଇଥିଲା ବେଳେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନର ଅଧ୍ୟକ୍ଷ ଡ. ବିକ୍ରମାଦିତ୍ୟ ବରିହା, ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ସୁଧାଂଶୁ ଶେଖର ମିଶ୍ର, ଜିଲ୍ଲା ବିଜ୍ଞାନ ନିରିକ୍ଷକ ଗିରିଧାରୀ ସା, ଜିଲ୍ଲାପରିଷଦ ସଦସ୍ୟ ଅବନୀ ରଞ୍ଜନ ଯୋଶୀ, ଜିଲ୍ଲା ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ହେମନ୍ତ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଅତିରିକ୍ତ ଜିଲାପାଳ ଶ୍ରୀ ଶବର ଏହି ପୁରସ୍କାର ନିଶ୍ଚିତ ରୂପେ ଜିଲାରେ ଶିକ୍ଷାର ବିକାସ କରିବ ବୋଲି କହିବା ସହ ଜିଲାରେ ମହାଦେବ ଅସ୍ବେଦକର, ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ୟୁପିଏସସି ର ଅଧୁଯ ମନୋଜ ସୋନି ପରିଶିକ୍ଷକର ଆବଶ୍ୟକ‌ତା ଅଛି ଯିଏକି ଇତିହାସ ସୃଷ୍ଟି କରିବାର କ୍ଷମତା ରଖାଥାଏ ବୋଲି କହିଥିଲେ । ସେହିପରି କାର୍ଯ୍ଯକ୍ରମର ଦ୍ଵିତୀୟ ଭଗରେ ସଦର ବ୍ଳକ ଅଧକ୍ଷା ତାରେଶ୍ଵରି ସାହୁ ଓ ଶେଷରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ପ୍ୟାହା ଯୋଜନା ଓ ସମନ୍ବୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ବିବେଚିତ ହୋଇଥିବା ଜିଲ୍ଲାର ବିଦ୍ୟାଳୟ, ଶିକ୍ଷକ, ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଦେବା ସହ ଶୁଭେଚ୍ଛା ଜଣାଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଶିକ୍ଷକ ପ୍ରବୋଧ କୁମାର ହୋତା ଓ ଶିକ୍ଷକ ଶଙ୍କର୍ଷଣ ପୁରୋହିତ । କାଯ୍ୟକ୍ରମର ସଫଳ ରୂପାୟନରେ ଜିଲ୍ଲାର ଅନେକ ଶିକ୍ଷକ, ଶିକ୍ଷୟତ୍ରୀ ଓ ସିଆରସିସି ମାନେ ସହ‌ଯୋଗ କରିଥିଲେ । ଏହା ବ୍ୟତିତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ସଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.