ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବୀଣାପାଣି ସାଂସ୍କୃତିକ ଅନୁଷ୍ଠାନ ଯୁଯୁରାଙ୍ଗର ବାର୍ଷିକ ଉତ୍ସବ ଦୁଇ ଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଥମ ଦିନରେ ସାଇକେଲ ରେସ, ଦୌଡ଼, ଝୋଟି, ମୁରୁଜ, ହୁଳହୁଳି, ଶଙ୍ଖ ପ୍ରତିଯୋଗିତା ହୋଇଥିଲା। ଗୋକୁଳଶ୍ୱର ସରପଞ୍ଚ କେଶୁଲାଲ ତାଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର କାର୍ଯ୍ୟକର୍ତ୍ତାମାନଙ୍କୁ ଉତ୍ସାହିତ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ସୁବାସ ବାଗ। ଦ୍ୱିତୀୟ ଦିବସ କବିତା ଆସରରେ ସଭାପତି କୁଳମଣି ସିଂହ ଉଦଘାଟକ, ସନ୍ତୋଷ କୁମାର ଶତପଥି ମୁଖ୍ୟ ଅତିଥି, ଲିଙ୍ଗରାଜ ମିଶ୍ର ମୁଖ୍ୟ ବକ୍ତା, ରଞ୍ଜନ କୁମାର ପଣ୍ଡା, ମିନତୀ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ। ମନୋଜ ପଟ୍ଟନାୟକଙ୍କୁ ବିଶିଷ୍ଟ ସମାଜସେବୀ ସମ୍ମାନ, ଗୌରାଙ୍ଗ ସାହୁଙ୍କୁ ସାହିତ୍ୟ ସମ୍ମାନ, ସୁଜାତା ଭୋଇଙ୍କୁ ଶିଶୁ ସାହିତ୍ୟ ସମ୍ମାନ, ଚନ୍ଦ୍ରଶେଖର ସିଂହଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ, ‘ଅ’ ପତ୍ରିକା ସାହିତ୍ୟ ସଂସ୍କୃତି ଅନୁଷ୍ଠାନକୁ ଆନୁଷ୍ଠାନିକ ସମ୍ମାନ ଦିଆଯାଇଥିଲା। ଜ୍ଞାନେନ୍ଦ୍ର ଭୋଇ ଏବଂ ତପନ କୁମାର ଦାସଙ୍କ ସଂଯୋଜନାରେ ୮୦ ରୁ ଉର୍ଦ୍ଧ୍ୱ କବି କବିତା ପାଠ କରିଥିଲେ। ରମାକାନ୍ତ ସିଂହ ସାହାଣୀ ମଞ୍ଚ ପରିଚାଳନା କରଥିବା ବେଳେ ଭାଗିରଥି ସିଂହ ଧନ୍ୟବାଦ ଅର୍ପଣ କରିଥିଲେ।