କେଓମାଲ ଉଚ୍ଚ ବିଦ୍ୟାଳୟରେ ମୋ ସ୍କୁଲ ଉତ୍ସବ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଜୁରାବନ୍ଧ ପଞ୍ଚାୟତ ସ୍ଥିତ ସରକାରି ଉଚ୍ଚ ବିଦ୍ୟାଳୟ କେଓମାଲ ଠାରେ ମୋ ସ୍କୁଲ ଉତ୍ସବ ଗୁରୁବାର ଦିନ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସହ ଶିକ୍ଷକ ଦୟା ସାଗର ପାଣ୍ଡେ, ସୁଶାନ୍ତ ଭୋଇ, ସଞ୍ଜୀବ କୁମାର ପ୍ରଧାନ, ନରସିଂ ସ୍ଵାମୀ ନାଇଡୁ, ସତ୍ୟ ନାରାୟଣ ରଜପାଲିଆ, ଆଲୁମିନି ସଭାପତି ଆଲୋକ ପଧାନ ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ ଏହି ଉତ୍ସବର ଆଭିମୁଖ୍ୟ ପ୍ରତିପାଦନ କରିବାସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଉକ୍ତ ଉତ୍ସବରେ ପୁରାତନ ଛାତ୍ର ନିମାଇ ଚରଣ ପଧାନ, ଆଲୋକ ପଧାନ ସଲୋମନ୍ ନନ୍ଦ, ପୂଜାରାଣୀ ପଧାନ, ସୁଭଦ୍ରା ମହାକୁର, ଜ୍ୟୋତି ରଞ୍ଜନ ପଧାନ, ଶୁଭଶ୍ରୀ ମହାକୁର, ପଲ୍ଲୀଶ୍ରୀ ପଧାନ, ଆରୀୟନ୍ ପଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପୁରାତନ ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରେରିତ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। କେଓମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିଥିବା ପୁରାତନ ଛାତ୍ର ଯେଉଁମାନଙ୍କର ବିଦ୍ୟାଳୟ ପ୍ରତି ବିଶେଷ ଅବଦାନ ରହିଛି ସେମାନଙ୍କ ପାଇଁ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବାସହ ସାର୍ଟିଫିକେଟ ପଠାଇଛନ୍ତି। ହେଲେ ଯୋଗାଯୋଗ ଅଭାବରୁ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସାହୁ ମତବ୍ୟକ୍ତ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.