ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଘଣ୍ଟବାହାଲି ଠାରେ ମୋ ସ୍କୁଲ ଉତ୍ସବ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବ୍ଲକ ଘଣ୍ଟବାହାଲି ସ୍ଥିତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ଠାରେ ମୋ ସ୍କୁଲ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପିତାମ୍ବର ଛତରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସହ ଶିକ୍ଷକ ହେମନ୍ତ କୁମାର ବିଶି, ସନତ କୁମାର ବଗର୍ତ୍ତୀ, ସାହେବ ସାହୁ, ହେମରାଜ ଛତର, ଖଡିରତ୍ନ ଛତର, କୃପାଚାର୍ଯ୍ୟ ଛତର ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଛତର ମୋ ସ୍କୁଲ ଉତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ବିଶଦ ଭାବେ ଆଲୋକପାତ କରିଥିଲେ। ଏହି ଅବସରରେ ପୁରାତନ ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ପ୍ରେରିତ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ ଉତ୍ସବରେ ପୁରାତନ ଛାତ୍ରଛାତ୍ରୀ ରାମଚନ୍ଦ୍ର ଛତର, ହେମନ୍ତ ଛତର, ବିକାଶ ଛତର, ଧରିତ୍ରୀ ବେହେରା, ମନିଷା ବେହେରା, କୈାଶଲ୍ୟା ଛତର, ଦମୟନ୍ତୀ ହାତୀ, ବଲ୍ଲଭୀ କଟା, ପବିତ୍ର ବାଗ, ବୀରସେନ ଛତର, ଦୀପକ ଛତର, ମୋନାଲିସା ଗହୀର, ପପୁନ ଛତର, ଖଗେଶ୍ବର ଛତର, ଜୟରାମ ଛତର ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.