ଘର ଭୁଶୁଡ଼ି ପଡି ଯୁବକଙ୍କ ମୃତ୍ୟୁ; ଆମପାଣି ପୋଲିସର ତଦନ୍ତ ଜାରି

ଓଡ଼ିଆ ବାର୍ତ୍ତା/ ଧର୍ମଗଡ଼ (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଥାନା ଅଞ୍ଚଳରେ ଏକ ହୃଦବିଦାରକ ଘଟଣା ଘଟିଥିବା ଜଣାଯାଇଛି | ସୂଚନାନୁସାରେ ବରାଡଙ୍ଗା ପଞ୍ଚାୟତ ଅନ୍ତର୍ଗତ ସିଉନି ସାଗର ପଡାର ନୀଳାମ୍ବର ହଂସଙ୍କ ପୁଅ ଘାସି ରାମ ହଂସ ରାତିରେ ଏକା ଶୋଇଥିବା ସମୟରେ ପ୍ରାୟ ୨ ଟା ସମୟରେ ହଠାତ୍ ଘର ଭୁଶୁଡି ପଡି ଯାଇ ଥିଲା | ଚିତ୍କାର ଶୁଣି ସାହି ପଡ଼ିଶା ଦୌଡ଼ି ଆସି ଥିଲେ |ପରେ ଘାସିରାମକୁ ଉଦ୍ଧାର କରି ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ କୋକସରା ମେଡିକାଲକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଖବର ପାଇ ଆମପାଣି ପୋଲିସ ପହଂଚି ତଦନ୍ତ କରୁଥିବା ବେଳେ କୋକସରା ମେଡିକାଲ ରେ ଶବ ବ୍ୟବଚ୍ଛେଦ ହୋଇ ପରିବାରକୁ ହସ୍ତାନ୍ତର କରାଯାଇଛି | ପରିବାରର ଏକମାତ୍ର ରୋଜଗାରିଆଙ୍କ ମୃତ୍ୟୁ ପରେ ବେସାହାରା ହୋଇ ପଡ଼ିଛନ୍ତି ବାପାମାଆ ସ୍ତ୍ରୀ ପିଲା ଛୁଆ |ପରିବାର ପ୍ରତି ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେଇ ସହଯୋଗର ହାତ ବଢାଇବା ପାଇଁ ସାଧାରଣରେ ଦାବି ହେଉଛି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.